ଆଞ୍ଜୁଳାଏ ପାଣି
ଆଞ୍ଜୁଳାଏ ପାଣି


ମନଖୁସୀ ଥିଲେ
ଆଞ୍ଜୁଳାଏ ପାଣିରେ ବି
ମୁହଁର ଛାପ
ସୁନ୍ଦର ଭାବେ
ପ୍ରତିିଫଳିତ ହୁଏ,
ମନର ତୃୃଷା
ନିମିଷକେ ମେଣ୍ଟିଯାଏ ॥
ଆଞ୍ଜୁଳାଏ ପାଣି
ବାସହରା ପଥିକ ଭଳି
ଆଞ୍ଜୁଳିର ଛୋଟ ଫାଙ୍କ ଦେଇ
ଅନର୍ଗଳ ବହିଚାଲେ
ମନର ଉଦାସୀ ପଣରେ,
ଆଖି ତଳ ଓଦା କରି
ଆଞ୍ଜୁଳିର ଖାଲି ଜାଗାକୁ
ଅଶ୍ରୁର ସାଗରରେ
ପୂରଣ କରିଦିଏ ॥