STORYMIRROR

Pranati Panda

Classics

3  

Pranati Panda

Classics

ଆଞ୍ଜୁଳାଏ ଅଭିବ୍ୟକ୍ତି

ଆଞ୍ଜୁଳାଏ ଅଭିବ୍ୟକ୍ତି

1 min
246


ବୁଢିଆଣୀ ଜାଲ ଭିତରେ ଭିତରେ

          ଯେପରି ମୁଁ' ଛନ୍ଦି ହୋଇଛି ,

ଏପଟେ ଅନ୍ଧାରି ଆକାଶ ଭିତରେ

          ଫାଟକ ଯେ' ସୃଷ୍ଟି ହେଇଛି ।


ଆମନ୍ତ୍ରି ଅତିଥି ଭିତରେ ଭିତରେ

          ନିଲାମ ଯେ' ମୁହିଁ ହୋଇଛି ,

ଆପଣା ପଣରେ ଭୁଲ୍ ଚିତ୍ରପଟ୍ଟେ

          ନିବିଡ଼ ସମ୍ପର୍କ ଖୋଜୁଛି ।


ବାହାର ରଙ୍ଗର ମଧୁଶାଳାରେ ମୁଁ'

         କେତେ ରଙ୍ଗ ଆଜି ଦେଖୁଛି ,

ଆଖିର ଲୁହକୁ ଓଠ ଧାରେ ପିଇ

          ଅନ୍ତର ଦହନେ ଜଳୁଛି ।


ନିତି ନୂଆ ଭଦ୍ର ମୁଖା ପିନ୍ଧା ଲୋକ

           ସରଳ ହୃଦୟେ ଖେଳୁଛି ,

ପ୍ରଶଂସା ପତ୍ରରେ ଏମିତି ପୋଡ଼ୁଛି

           ନିତି ମୁଁ' ପାଉଁଶ ହେଉଛି। 


     


Rate this content
Log in

Similar oriya poem from Classics