ଆଞ୍ଜୁଳାଏ ଆତ୍ମସୃତି
ଆଞ୍ଜୁଳାଏ ଆତ୍ମସୃତି
ଜୀବନ
ତୀକ୍ଷ୍ମ ତୀରଟିର ଅପ୍ରତିହତ ଶାଖାଟିଏ।
ଅବିରତ ଅଭୀପ୍ସାର ?
ଅଶୃତ ଆହ୍ବାନଟିଏ।
ଆହୁରି ଅନେକ ଦୃଶ୍ୟ ଦୃଶ୍ୟାନ୍ତରକୁ
ଶବ୍ଦଚ୍ଚିତ୍ର ଆଙ୍କିହୋଇଯାଏ।
ଶବ୍ଦ ଦେଇ ପଢିହୁଏ ଉତ୍ତରଣର ନିରବତାକୁ
ପଢିହୁଏ କବିଙ୍କ କବିତାରେ ।
ଛଟପଟ ସହରଟି ଶୋଇଗଲାପରେ
କୁଟୁମ୍ବର ମଞ୍ଚ ଅବସାନ ପରେ,
ସ୍ନିଗ୍ଧ ନୀରବତା
ପ୍ରଣତିର ପୂର୍ଣ୍ଣଗର୍ଭା ନୀରବତା
ସୃତିଲେଖରେ କେବଳ
ଆଞ୍ଜୁଳାଏ ଆତ୍ମସୃତି
ଆଞ୍ଜୁଳାଏ ଆତ୍ମସୃତି।।