STORYMIRROR

Manoj Behera

Others

3  

Manoj Behera

Others

ମୋ ବାରିପଦା

ମୋ ବାରିପଦା

1 min
125

ବାରିପଦା...

ତମକୁ ଦେଖେ ମୁଁ ନିତି ଅମ୍ବିକା ମନ୍ଦିର ବେଢାରେ,

ଭଗ୍ନ ରାଜପାସାଦରେ...

ବାରିପଦାକୁ ନେଇ ସ୍ମୃତିର ଫର୍ଦ୍ଦ ମାଇଲ୍ ମାଇଲ୍ ଧରି ବିସ୍ତୃତ। 

ଯେମିତି ବିସ୍ତୃତ ସେମିତି ଉପେକ୍ଷିତ।

ସେଇ ଉପେକ୍ଷିତ ସହରଟିର କିନ୍ତୁ ଗୈାରବଜ୍ଜଳ ଇତିହାସ । 

ଅନେକ ଅସରନ୍ତି ଇତିହାସର ଇସ୍ତାହାର।

 ମୁହଁ ସଂଜବେଳେ ଅମ୍ବିକା ମନ୍ଦିର ବେଢାରେ ଦେବୀଙ୍କ ଆଳତୀର ଛନ୍ଦ। 

ସକାଳୁ ସକାଳୁ ମଂଜ ଥରେଇ ଦେଉଥିବା ଶୀତରେ 

ସାଇକେଲ୍ ଧରି ଟିଉସନ୍ ଯିବାର କାହାଣୀ 

ଆଜି ବି ମୋ ସ୍ମୃତିରେ ସାଇତା ।

ଇତିହାସରେ ସମୁଜ୍ଜଳ ସୃତି ଏହି ସହରଟି ସଂସ୍କୃତି ଓ ସଭ୍ୟତା ଦୃଷ୍ଟିରୁ ବେଶ୍ ଉଚ୍ଚରେ ।

 କହିବାକୁ ଗଲେ ଭଞ୍ଜ ମାଟିର ପ୍ରତିଟି ମଣିଷକୁ ଦିଗବଳୟ ସେପାରିର ମଣିଷମାନେ

 ଆଦିବାସୀ ଜଙ୍ଗଲି ଉପାଧିରେ ଯୋଡିଦିଅନ୍ତି।

 ତଥାପି....ତଥାପି....

 ସବୁ ଭିତରେ ନିଜର ପୁରୁଣା ଗୌରବକୁ ଧରି ଚୁପ୍ କରି ଛିଡା ହୋଇ ରହିଛିଏଇ ସହର। 

କାରଣ ସେଇ ସହର ପରକୁ ଆପଣାର କରି ଜାଣେ।

 ସେଇ ସହରଟିର ପ୍ରତିଟି ମଣିଷ ଅନ୍ୟକୁ ଦେଖିଲେ 

ମୁରୁକି ହସି ପଚାରେ ଆଉ କ'ଣ ଭଲ ନା ସବୁ ? 

ଖବର କ'ଣ କହ।

ମୁହଁ ବୁଲେଇ -ବାଟ କାଟି ଯିବାର ପରମ୍ପରା

ସେଇ ସହରଟିର ମଣିଷ ମାନେ ଜାଣନ୍ତିନାହିଁ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍