STORYMIRROR

Manoj Behera

Abstract

4  

Manoj Behera

Abstract

ତମେ, ମୁଁ...ଗୋଟିଏ ତ ରାସ୍ତା

ତମେ, ମୁଁ...ଗୋଟିଏ ତ ରାସ୍ତା

1 min
492

ଅନ୍ତହୀନ ଅନନ୍ତ ଦୀଗନ୍ତ-ବିସ୍ତାରୀ ରାସ୍ତା

ଦୁଇପାର୍ଶ୍ବ ରେ କାଶତଣ୍ଡୀ ଫୁଲର ସମ୍ଭାର,

ଯେମିତି କାଶତଣ୍ଡୀ ସୂଚୀତ କରୁଛି 

ଆଉ ଅଳ୍ପଦିନପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ 

ଜଗତ ଜନନୀ ମା’ ଦୁର୍ଗା ।  

ଉଲ୍ଲସିତ ମନ

ମା'ଙ୍କ ଆଗମନର ଆଭାଷ ରେ

ଆଜି ଧବଳବର୍ଣ୍ଣା ଧରିତ୍ରୀ ।

ଶସ୍ୟ-ଶ୍ୟାମଳା ଧରଣୀରେ

ନିଜ ପତିଆରା ବିସ୍ତାର କରି

ନୀଳ ଆକାଶ ତଳେ ସତେ ଯେମିତି

ହସୁଛି କାଶତଣ୍ଡୀ ଫୁଲ । 

ନଦୀପଠା ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ

ସବୁଠି ଭରିଦେଇଛି ସୌନ୍ଦର୍ଯ୍ୟର ଫୁଆରା ।

ଜାତୀୟରାଜପଥ ରେ କୁଳିଅଣା ରୁ ବାରିପଦା 

ରାସ୍ତା କଡରେ ଏବେ ଫୁଟିଛି ମାଳମାଳ କାଶତଣ୍ଡୀ ।

ଶୁଭ୍ର ଆକାଶ ତଳେ ନିଜର ପସରା ମେଲିଛି କାଶତଣ୍ଡୀ। ସୁଲୁସୁଲିଆ ପବନର ଦୋଳି ଖେଳୁଥିବା

କାଶତଣ୍ଡୀକୁ ଦେଖି ବାଟରେ ଅଟକିଗଲି।

ଅଳ୍ପ ଅଳ୍ପ ବର୍ଷାକୁ ଖାତିର ନକରି

ମୋ ମୋବାଇଲ୍ ର କ୍ୟାମେରାରେ

ଏହାର ସୌନ୍ଦର୍ଯ୍ୟକୁ ଧରିରଖିବା ପାଇଁ

ଆଉ ରାସ୍ତା କହୁଥାଏ "ତୁମେ, ମୁଁ, ସେ ଗୋଟାଏ ତ ରାସ୍ତା ।।


Rate this content
Log in

Similar oriya poem from Abstract