STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଆନ ଗତି ନାହିଁ

ଆନ ଗତି ନାହିଁ

1 min
174

କେତେ ଖାଲ ଖମା ପାରି ହୋଇ

ଓଡ଼ିଆ ଭାଷା ଆସିଛି ଡେଇଁ ଡେଇଁ

ନିଜ ପରିଚୟ ସାଥିରେ ନେଇ

ବିଶ୍ୱ ଦରବାରେ ନିଜର ଗାରିମା

ସଗର୍ବେ ତୋଳିଲା ମଥା ଫେଇ।


ହେଲେ ସେ ଓଡ଼ିଆ ଏବେ କାଇଁ

ସାହେବି ଢଙ୍ଗକୁ ଆପଣେଇ

ଦି ଧାଡି ଇଂଲିଶି ଦେଲେ କହି

ଛାତି ଯାଏ କୁଣ୍ଢେ ମୋଟ ହୋଇ

ଜ୍ଞାନୀ ମଧ୍ୟେ ଗଣା ହୁଏ ସେହି।


ଆମ ପିଲା ଯେବେ ଠୋସ୍ ଠାସ୍

ଦି ପଦ ଇଂରାଜୀ ଦେଲା କହି

ବାପା ମାଆ ଛାତି ଯାଏ ଚଉଡା ହୋଇ

ଅନର୍ଗଳ ତା ପିଲା ଇଂରାଜୀ ଦେଲା କହି।


ଏ ମାନିଆ ଆମ ଭିତରୁ ନ ଯିବା ଯାଏ

ଆମେ ଭାଷାର କି ଉନ୍ନତି କରିବୁ ହାଏ

ସମୟ ଆସିଛି ଏବେ ରେ ମୋ ଭାଇ

ତୋତେ ହିଁ ତୁ ରକ୍ଷା କର ବାବୁରେ

ନହେଲେ ତୋହର ଆନ ଗତି ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational