STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଆମରି ଗଞ୍ଜାମ

ଆମରି ଗଞ୍ଜାମ

1 min
253


ମୁଁ ଗର୍ବ କରେ ମୋ ଗଞ୍ଜାମ କୁ ନେଇ

ଭଞ୍ଜ ମାଟିର ପାଣି ପବନେ ବଢ଼ି ଅଛି ମୁହିଁ

ମୋ ପ୍ରିୟ ଗଞ୍ଜାମ ତୁମ ପରି କିଏ ବା ହେବ

ଯା କଳା ସଂସ୍କୃତି ସାରା ବିଶ୍ୱରେ ପହଁ 

ଚିବ

ଭାରତ ଲୀଳା କୁ ଯିଏ ଥରେ ଦେଖିଛି 

ସୁଭଦ୍ରା ପରିଣୟ ଅଜୁନଙ୍କ ଅଭିନୟ

ସଭିଙ୍କ ମନ ଜିଣିଛି

ପ୍ରହଲାଦ ନାଟକ କି ମଧୁର ସତେ ଅବା ଲାଗିଛି

ରାଜା ସାଥେ ଭକ୍ତ ପ୍ରହଲାଦକୁ ଦେଖି ମନରେ ଭକ୍ତି ଆସିଛି

ପାଲା ଦାସକାଠିଆ ଦେଖିବାକୁ କେତେ ମୁ ଖୋଜୁଛି

ଘୁଡୁକି ପରି ଲୋକକଳା ସତେ ଅବା ହଜି ଯାଉଛି

ଆମରି ମାଟିର କାଠ କୋଣାର୍କ ଓଡ଼ିଶାର ଦ୍ୱିତୀୟ ଅର୍କ କ୍ଷେତ୍ର ଜାଣ

ତା ନିଖୁଣ କାରୁ କାଯ୍ୟ ଆମରି ଗୌରବ ର ଅଟଇ ପ୍ରମାଣ

ଶୈବ କ୍ଷେତ୍ର ବୁଦ୍ଧ ଖୋଲ ବୌଦ୍ଧ ଧର୍ମ କୁ ମନେ ପକେଇ ଦିଏ

ସଦା ପଜ୍ୟଟକଙ୍କୁ ଆକର୍ସିତ କରି ଟାଣି ଆଣୁଥାଏ

ଗଞ୍ଜାମ ର ପିତଳ ମାଛ ଦେଖି ଦର୍ଶକ

ମୁଗ୍ଧ ହୁଅଇ

ଧନ୍ୟ ସେଇ ବିନ୍ଧାଣି ଯିଏ ଆସିଛି ଈଶ୍ୱର କଳା ନେଇ

ଚିତ୍ର ଶିଳ୍ପୀ ଯେବେ ତୁଳି ରେ ଚିତ୍ର କୁ ଆଙ୍କି ଦିଅଇ

ଚିତ୍ର କାର ହାତେ ଜୀବନ୍ତ ହୋଇ ସେତ ଫୁଟି ଉଠଇ

ଆମରି ମାଟିର ବରପୁତ୍ର ହୋଇ କବି ସମ୍ରାଟ ଜନ୍ମନେଲେ

ବୈଦେହିସ ବିଳାସ ପରି କେତେ କାବ୍ୟ ଲେଖି ସାହିତ୍ୟକୁ ସମୃଦ୍ଧ କଲେ

କବି ସୂର୍ଯ୍ୟ ବଳ ଦେବ ଏଇ ମାଟିର 

ସୁଯୋଗ୍ୟ ସନ୍ତାନ

ଈଶ୍ୱର କୃପା ବଳେ ଲେଖି ଯାଇ ଛନ୍ତି

ଅମର କୃତି ମାନ

ଏ ମାଟିର ସଂଗ୍ରାମି ଚକରା ବିସୋଇ

ଘୁମୁସର ର ସନ୍ତାନ

ନିଜକୁ ବାଜି ଲଗାଇ ଦେଲେ ଦେଶ ମାଟି ପାଇଁ ଦେଇ ବଳିଦାନ

ଠାକୁରଣୀ ଯାତ,ଦଣ୍ତଯାତ ଆମ ପରମ୍ପରା କେମିତି ପାରିବା ଭୁଲି

ମାଆ ଆସୁଛନ୍ତି ଭକ୍ତ କୁ ଦେବାକୁ ଆଶିଷ ନିଜେ ଝୁଲି ଝୁଲି

ବାର ମାସରେ ଆମ ତେର ଯାତ୍ରା ସେକଥା କିଏ କହି ପାରିବ

ହେ ଗଞ୍ଜାମ ଭୂଇଁ ମୋପରି ଅଧମ ତୋ ପାଦ ତଳେ କୋଟି ପ୍ରଣତି କରିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational