STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଆମକୁ ଦିଅ ସଦବୁଦ୍ଧି

ଆମକୁ ଦିଅ ସଦବୁଦ୍ଧି

1 min
366

"ମାତୃଭୂମି ମାତୃଭାଷାରେ ମମତା

ଯା ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗୁଣୀରେ ଗଣିବା 

ଅଜ୍ଞାନୀ ରହିବେ କାହିଁ " ।

କବି ଗଙ୍ଗାଧର ସ୍ୱଭାବ ସୁଲଭ

ଦିବ୍ୟ ତାଙ୍କ ଅନୁଭବ

କହିଛନ୍ତି ଯାହା ନୁହଁଇ ଅନ୍ୟଥା

ସତ୍ୟ ଅପ୍ରିୟ ଜ୍ୱଳନ୍ତ ।

ମାଆର ମମତା ଆଦର ସୋହାଗ

ମାତୃଭାଷା ମଧୁରତା

ନାହିଁ ତା ତୁଳନା ଅନ୍ୟ ସମକକ୍ଷ

ପ୍ରାଣମୟୀ ସେ ଅନନ୍ୟା ।

ସନ୍ତାନର ଧର୍ମ ପ୍ରଥମ କର୍ତ୍ତବ୍ୟ

ମାତାଙ୍କ ମହତ ରକ୍ଷା

ମାତାଙ୍କ ମଙ୍ଗଳ ମାତାଙ୍କ ସମ୍ମାନେ

ହୁଏ ଜୀବନ ସୁରକ୍ଷା ।

ଜଗତର ନାଥ ହୁଅନ୍ତୁ ସହାୟ

ଆମକୁ ମିଳୁ ସଦବୁଦ୍ଧି

ନରହନ୍ତୁ କେହି ଅଜ୍ଞାନୀ ମୁରୁଖ

ଜାତିର ହେଉ ସମୃଦ୍ଧି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics