STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଆମେ ଯଦି ଓଡ଼ିଆ

ଆମେ ଯଦି ଓଡ଼ିଆ

1 min
255


କହ ଓଡ଼ିଆ,ଲେଖ ଓଡ଼ିଆ,

   ପଢ ଓଡ଼ିଆ ବହି,

ଓଡ଼ିଆ ଭାଷା ମାନ ମହତ

   ସର୍ବଦା ଥାଉ ରହି।


ଆମେ ଯଦିବା ଓଡ଼ିଆ ହୋଇ

   କହୁ ଓଡ଼ିଆ କଥା,    

ଓଡ଼ିଆ ଭାଷା ମାନ ମହତେ

   ତୁଟେ କାହିଁ ମମତା ।


ଓଡ଼ିଆ ଭାଷା ବଢ଼ିଆ ଲାଗେ

   ମଧୁଠାରୁ ବି ମିଠା,

ସେ ମଧୁ ମଧ୍ୟେ ଇଂରାଜୀ ମିଶି

   ହୋଇଯାଉଛି ଖଟା।


ଯିଏ ଅଧିକ ଇଂରାଜୀ କୁହେ

   ସିଏ ବୋଲାଏ ଜ୍ଞାନୀ,

ବାପା ବୋଉଙ୍କ ଡାକ ଶୁଭେନି 

   ଶୁଭୁଛି ଡାଡିମମି।


ଏମିତି କେତେ ଶବ୍ଦକୁ ଆମେ

   ଇଂରାଜୀ ସଦା କହୁ,

ଓଡ଼ିଆ ରୂପାନ୍ତରଟି କ'ଣ 

   ଆମେ ତ ଜାଣି ନାହୁଁ।


ଭଲଭାବରେ କହିପାରିବା

    କଥା କହିଲେ ଭଲ,

 ହୃଦୟ କଥା ପ୍ରକାଶ କର

    ଭାବର ମୂଲଚାଲ।


ମଣିଷ ନୁହେଁ ପ୍ରତ୍ୟେକ ଜୀବ

    କହନ୍ତି ମାତୃଭାଷା,

ଚେଷ୍ଟା କରିଲେ ବୁଝି ପାରିବ

     ତାଙ୍କ ହୃଦୟ ବାର୍ତ୍ତା।


ଅଗାଧ ଜଳେ ଗଜ ଡାକିଲା,

      ପ୍ରଭୁ ଶୁଣିଲେ ଡାକ,

ସେ ମାତୃଭାଷା କହି ଓଡ଼ିଆ

      ଜିଣ ଜଗଦ ଯାକ।


ସାରା ବିଶ୍ବରେ ଭାଷା ହଜାରେ

    ବିଭିନ୍ନ ପରିଚୟେ,

ତଥାପି ଏକ ମଣିଷ ଜାତି

     ଦିବ୍ୟ ଜୀବନଟିଏ।


Rate this content
Log in

Similar oriya poem from Tragedy