ଆମେ ତ ଉତ୍କଳ ସନ୍ତାନ
ଆମେ ତ ଉତ୍କଳ ସନ୍ତାନ
ଉତ୍କଳ ମାତାର ସନ୍ତାନ ଆମେ
ତା ସରି କେହି ନାହିଁ,
ତା କୋଳେ ଜନମି ଧନ୍ୟ ହୋଇଛୁ
ସେ ଆମ ଉତ୍କଳ ଭୂଇଁ ।
ତା କୋଳରେ ବସି ଖେଳୁ ଆମେ ହସି
ହୋଇ ପରଜାପତି,
ନାନା ମଉଜରେ ମାତି ଉଠୁ ପୁଣି
ଫୁଲୁ ଉଠୁ ଥାଏ ଛାତି ।
ତା ବୁକୁରେ କେତେ ଯାଇଛି ତ ବିତି
ଉତ୍କଳର ଅଲିଭା ଗଳ୍ପ କାହାଣୀ,
ଜଳିଛି ସଦା ସେ ସଂସାରର ସୁଖେ
ହୋଇ ସଞ୍ଜ ଦୀପାଳି ।
କେତେ କେତେ ବୀର ଜନମ ଦେଇଛି
ସେନେହମୟୀ ତା କୋଳେ,
ସ୍ବପନ ସବୁର ସାକାର ପାଇଁ କି
ଦେଇଛି ଅସୀମ ବଳ ।
ସବୁ ଭୁଲି ହେବ ଭୁଲିବାନି କେବେ
ମା ତୋ ଅତୁଟ ମମତା,
ସାରା ଭାରତରେ ଓଡିଶା ଜନନୀ
ସଭିଙ୍କ ଜଗତମାତା ।
ତୋର ଏ ସଂସ୍କୃତି ମହାନ ଅଟଇ
ମହାନ ଅଟେ ଏ ପରମ୍ପରା,
ନାନା ପରବରେ ଖୁସି ଭରିଯାଏ
ହସୁଥାଏ ସଦା ଧରା ।
ଅବର୍ଣ୍ଣନୀୟ ମଥା ଠୁଁ ପୟ ତୋ
ଗିରିଲତା, ନଦୀ, ବନ,
କଳକଳ ନାଦେ ବହିଥାଏ ପୁଣି
ପାହାଡି ଝରଣା ସ୍ଵନ ।
ଯେଉଁ ରାଇଜର ରାଜା ପୁଣି
ଜଗତନାଥ ଅଟନ୍ତି,
ସେ ରାଜ୍ୟେ ଜନମି ସଦା ଆମେ
କାଳିଆ ଆଶୀର୍ବାଦ ଲୋଡ଼ନ୍ତି ।
ବୀରପୁତ୍ରଙ୍କର କାହାଣୀ କହିଲେ
ଇତିହାସ ଅଟେ ସାକ୍ଷୀ,
କଳିଙ୍ଗ ଯୁଦ୍ଧ ଠୁ ବୀର ଖାରବେଳ
କଥା ପୁଣି କାରୁବାକୀ ।
ଓଡିଶା ମାଟିରେ ଜନମି ଆମେ ଯେ
ହୋଇଛୁ ଶତ ଧନ୍ୟା,
ଓଡ଼ିଆ ଭାଷା ପ୍ରାଣ ଯେ ଆମର
ତୋର ପଦେ କୋଟି ନମନ୍ୟା ।
ଏଇ ଉତ୍କଳର ସନ୍ତାନ ହୋଇ
ସଦା ରହିଥିବା ଚେଇଁ,
ଜନନୀ,ଜନ୍ମଭୂମି,ସ୍ବର୍ଗାଦପି ଗରିୟସୀ
ମଥା ଯାଏ ଆମ ନଇଁ ।
