STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଆମେ ତ ଉତ୍କଳ ସନ୍ତାନ

ଆମେ ତ ଉତ୍କଳ ସନ୍ତାନ

1 min
195


ଉତ୍କଳ ମୋର ଜନନୀ, ମୁଁ ତାର କୋଳେ ଜନମି

          ତା ବୁକୁର ସୁଧା ପାନେ

          ପରିପୁଷ୍ଟ ମୋ ଶରୀର

ତା ବୁକରେ ପାଦ ଦେଇ, ଚାଲିବା ଶିଖିଲି ମୁହିଁ

         କେତେ ଦାଉ ମୋର ସହି

      ନାହିଁ ପ୍ରତିବାଦ ତାର ।।


ତା ଜଳ ମୋ ଦେହ “ରକ୍ତ ହୋଇ” ହୁଏ ପ୍ରବାହିତ

            ଜଠରାଗ୍ନି ପ୍ରଶମନ

          ଫଳ ମୂଳ ତାର ଦାନ

କ୍ଷୁଧା,ତୃଷା‌ ଦୂର କରି, ନିଏ ସିଏ କୋଳ କରି 

         ଉତ୍କଳ ମୋ ମାତୃଭୂମି

       ମୋ ନିଶ୍ଵାସ ତା ପବନ ।।


ପବିତ୍ର ଉତ୍କଳ ଭୁଇଁ, ଯହିଁ ବ୍ରହ୍ମାଣ୍ଡ ଗୋସାଇଁ 

    ଦାରୁବ୍ରହ୍ମ ରୂପେ ବ୍ରହ୍ମ

    ହୋଇଛନ୍ତି ଆବିର୍ଭୁତ

ଦେବସେବ୍ୟ ତୀର୍ଥ ମାଳା, ଯାହାର କଟି ମେଖଳା

    ପଦ ଯାର ହୃଷ୍ଟେ ଧୌତ

    କରି ସିନ୍ଧୁ ନୃତ୍ୟ ରତ ।।


ପୁଣ୍ୟ ଭୂମି ମୋ ଉତ୍କଳ, ଶସ୍ୟ ଶ୍ୟାମଳା ସୁନ୍ଦର

     ଅପରୂପ ରୂପ କାନ୍ତି

     ଧରା ର ଅଳକା ପୁର

ତା କୋଳେ ଜନମ ହୋଇ, ମୁଁ’କୁ ଧନ୍ୟ ମଣେ ମୁହିଁ

     ମୋ ଭାଷା ଲିପି ଅନନ୍ୟ 

     କାହିଁ ତାର ପଟାନ୍ତର ।।


କବି ଲେଖକ ଗାଳ୍ପିକ, ଶିଳ୍ପି ଶ୍ରମିକ ସୈନୀକ

     ଜନ୍ମ ଦେଇ ସମୃଦ୍ଧ

   “ଶାଳିନୀ” ମୋ ପୂଣ୍ୟ ଉତ୍କଳ

ଧରଣୀ ରମ୍ୟ କାନନ,   ମଧ୍ୟେ ଉତ୍କଳ ଭୁବନ

     ଦିଶେ ନନ୍ଦନ ବନର

    ରୂପ ଯେହ୍ନେ ଚମତ୍କାର ।।


ଉତ୍କଳ କମଳା ରମ୍ୟ, ବିଳାଶ ଦୀର୍ଘିକା “ସୌମ୍ୟ

    କାନ୍ତି ପ୍ରକାଶ” ମରାଳ 

   ମାଳିନୀ ଚିଲିକା ତୀର

ବିଶ୍ଵ ରେ ବିଦିତ ମୋର, ଉତ୍କଳ ଭାରତୀ ଗିର 

    ସେହି ମୋ ଜନମ ଭୁଇଁ

    ଆମେ ସନ୍ତାନ ତାହାର ।।


ମୋ ପୂର୍ବ ପୁରୁଷ ଗଢା, ପ୍ରସ୍ଥରରେ ଚାରୁକଳା

    ସଂସାର ସାର ଅନୀୟ

     ରୂପଶ୍ରୀ ପ୍ରଭା ଝଲକ

ପଲକ ନପଡେ ଦେଖି, ଏବେ ତାର ମୂକ ସାକ୍ଷୀ

     ଆକୃଷ୍ଟେ ସେ ବିଶ୍ଵ ବାସି

     ସୂର୍ଯ୍ୟ ମନ୍ଦିର କୋଣାର୍କ ।।


ବାରବାଟୀ କହେ କଥା, ପୂର୍ବ ସୁରୀ ଗୌରବତା

    ହିରାକୁଦ ଗୀତ ଗାଏ

    ବିର ସୁରେନ୍ଦ୍ର ସାହାର

ସୁନ୍ଦରଗଡୁ ଗର୍ଜନ, ବିର୍ଶା ମୁଣ୍ଡା ବନ ସିଂହ

    ଖୋରଧା ପାଇକ ଗଣ 

    ସଙ୍ଗେ ରଘୁ ଦିବାକର ।।


ପରାଧିନତାର ବେଡି, ଗଲା ଆପେଆପେ ଛିଡି

    ସେ ମାଟିରେ ଜନ୍ମ ମୋର

    ମୁଁ ଯେ ଉତ୍କଳ ସନ୍ତାନ

ରଖିବି ମାନ ମହତ, ବଇରୀ କରି ନିପାତ

    ତାପାଇଁ ଉତ୍ସର୍ଗ କରେ

    ଏ ମୋ ମଣିଷ ଜୀବନ ।।


ଗୋପବନ୍ଧୁ ମଧୁବାବୁ, କବି କଳାକାର ସବୁ

     ଏଜାତିର ସୂର୍ଯ୍ୟ ସମ 

    ଝରଇ ସୁବର୍ଣ୍ଣ ଝର

ସେ ମାଟି ରେ ଜାତ ହୋଇ ଉତ୍କଳୀୟ ବୋଲି ମୁହିଁ

    ଗରବେ ଗୌରବ ଭରେ

    ଟେକି ରଖି ଅଛି ଶୀର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational