ଆମେ ଫକୀର ବଂଶଜ
ଆମେ ଫକୀର ବଂଶଜ
ଆମେ ଫକୀର ବଂଶଜ
ବୁଣୁ ଶବ୍ଦର ମୁରୁଜ।
ଶବ୍ଦଙ୍କୁ ସାଥିରେ ଧରି
କରୁ ଯୁଦ୍ଧ ସଜବାଜ।।
କଲମ ଆମର ଅଟେ
ଗୋଟିଏ ଅମୋଘ ଅସ୍ତ୍ର।
ଶକ୍ତି ଯୋଗାନ୍ତି ଆମକୁ
ଅଛନ୍ତି ଯେତେ ଶାସ୍ତ୍ର।।
କେ' କହେ କବି ଆମକୁ
କେ' ପୁଣି କହେ ଲେଖକ।
କେ' କହେ ଔପନାସିକ
ଆଉ କେ' କହେ ଗାଳ୍ପିକ।।
ରୂପ ଆମ ଭିନ୍ନ ଭିନ୍ନ
କାର୍ଯ୍ଯ କିନ୍ତୁ ଅଟେ ଏକ।
ଲେଖନୀ ଚାଳନା ଦ୍ୱାରା
ଦେଶର ରଖିବା ଟେକ।।
ଆମେ ଶାରଳା ବଂଶଜ
ବାଣ୍ଟୁ ଭକ୍ତିର ମଉଜ।
ଭକ୍ତି ଭାବ ହୃଦେ ଧରି
କଷ୍ଟକୁ କରୁ ସହଜ।।
ଅନ୍ଯାୟ ବିରୁଦ୍ଧେ ଆମ
ନ୍ଯାୟ ସଙ୍ଗତ ଲଢେଇ।
କଲମ ଚାଲିଲେ ଆମ
ତୋପ, ବନ୍ଧୁକ ହାରଇ।।
ବିନା ରକ୍ତପାତ କରି
ଯୁଦ୍ଧରେ ହେଉ ବିଜୟୀ।
ଶତ୍ରୁ ହୁଏ ଧରାଶାୟୀ
ଖଣ୍ଡାବି ହାର ମାନଇ।।
ସତ୍ଯ, ଧର୍ମ, ନ୍ଯାୟ ପଥେ
ଆମେ ସଦା ଅଗ୍ରସର।
ଗଦା ଦ୍ୱାରା ନୁହେଁ ଆମେ
କଲମେ କରୁ ପ୍ରହାର।।
ଆମେ କୁନ୍ତଳା ବଂଶଜ
ଭାଙ୍ଗୁ ସଭିଙ୍କ ମଗଜ।
ଧରି କଲମ କାଗଜ
ବୁଣୁ ସୋହାଦ୍ର୍ଯର ବୀଜ।।
ମନରେ ନଥାଏ ଆମ
ତିଳେମାତ୍ର ଭୟ କେବେ।
ସତ୍ଯ ସାମ୍ନା କରିବାକୁ
କୁଣ୍ଠା ଆମ ନାହିଁ ଲବେ।।
ଅଙ୍ଗ ପ୍ରତ୍ଯେଙ୍ଗରେ ଆମ
ଭରିଅଛି ସ୍ୱାଭିମାନ।
ମରିଯିବୁ ପଛେ ଆମେ
କାର୍ଯ୍ଯ କରିବୁନି ହୀନ।।
ଜୀବନର ଅବଶୋଷ
ଆମ ପାଇଁ ଅବକାଶ।
ମନର ଭାବକୁ ସଦା
ଶବ୍ଦରେ କରୁ ପ୍ରକାଶ।।
ସ୍ୱର୍ଥବାଦୀ ଯେତେ ସବୁ
ଜଳନ୍ତି ଇର୍ଷା ଅନଳେ।
ସେ ଅନଳେ ଆମ ପାଇଁ
ପୁରସ୍କାର ଫଳ ଫଳେ।।
ସର୍ବଦା ଭକତି ଆମ
ଥାଏ ବାଗ୍ଦେବୀ ଚରଣେ।
ଆର୍ଶିବାଦ କରନ୍ତି ସେ
ଜଗତ ଜନନୀ ପଣେ।।