ଆମେ ବୀର ଯୋଦ୍ଧା
ଆମେ ବୀର ଯୋଦ୍ଧା
ଆମେ ବୀର ଯୋଦ୍ଧା
ଏଇ ଭାରତର ଅମାପ ଶକତି ଆମ
କରୋନା ସହିତ ତୁମୁଳ ସଂଗ୍ରାମ ସାଜି ତା'ର କାଳ ଯମ।
ଯକ୍ଷ୍ମା, ମିଳିମିଳା କରିଅଛୁ ଦୂର
ବିଶ୍ବେ ଅରଜି ସୁନାମ ପୋଲିଓ ରୋଗର ନାହିଁ ନାମ ଗନ୍ଧ
ଚର୍ଚ୍ଚା ଆମ ଦେଶପ୍ରେମ।
ନିଜେ ବଞ୍ଚି ପୁଣି ଆନକୁ ବଞ୍ଚାଉ
ଭାତୃ ସମ ହୃଦେ ବରି ସେନେହ ପ୍ରେମର
ଏଇ ଗନ୍ତାଘର କେ ହେବ ଆମରି ସରି।
ଜାତି ସ୍ବାର୍ଥ ଅଟେ ସଭିଙ୍କର କାମ୍ୟ
ନିଜ ସ୍ବାର୍ଥ ଦେଉ ବଳୀ ବିଜୟ ମାତାର ପଦ ଚୁମିଯାଏ ଅଇରିକୁ ପାଦେ ଦଳି।
ହାରିବା ନଜାଣୁ ମନ ଆମେ କିଣୁ ଧଇର୍ଯ୍ଯ
ଅଚଳ ସମ ବୀର ପ୍ରସବିନୀ ଆମର ଜନନୀ ତା ପାଦେ କୋଟି ପ୍ରଣାମ।
