STORYMIRROR

Prasanta Kumar Behera

Horror Tragedy Crime

3  

Prasanta Kumar Behera

Horror Tragedy Crime

ଆମେ ଆଫଗାନୀସ୍ଥାନର ଝିଅ କହୁଛୁ ...

ଆମେ ଆଫଗାନୀସ୍ଥାନର ଝିଅ କହୁଛୁ ...

1 min
601


ଆଛା ଶୁଣ ସମସ୍ତେ 

ଆମେ ଆଫଗାନୀସ୍ତାନର ଝିଅ କହୁଛୁ

ଆମେ ସେଇ ଝିଅ ତ 

ଯିଏ ଈଶ୍ବର ଅବା ଆଲ୍ଲାଙ୍କ ସୃଷ୍ଟିର ଖୁବ୍ ଆକର୍ଷଣୀୟ

ମନୋମୁଗ୍ଧକର ସୁନ୍ଦର ସୁ-କୋମଳ

ରୂପ ପ୍ରାଚୁର୍ଯ୍ୟରେ ଭରା 

କମନୀୟ ଚେହେରାର ପ୍ରତୀକ କୁଆଡ଼େ ?


ଆଛା ଶୁଣ ସମସ୍ତେ

ଆମେ ଆଫଗାନୀସ୍ତାନର ଝିଅ କହୁଛୁ

ଧୀରେ ଧୀରେ ଆମେ ସବୁ ଯିବୁ ମରି

ଆମେ ଏଣିକି ମଣିଷରେ ଆଉ ଗଣା ହେବୁ ନାହିଁ

କାନ୍ଦ ବି ଆମର କେବେ ବନ୍ଦ ହେବ ନାହିଁ

କେହି ତ ଆମ ବିଷୟରେ ଏତେ ଟିକେ ବି ଚିନ୍ତା କରୁନାହିଁ

ଧୀରେ ଧୀରେ ଆମେ ଇତିହାସରୁ ଯିବୁ ଲିଭି

ଯେହେତୁ ତାଲିବାନ ରଚୁଛି ଭୟଙ୍କର ତାଣ୍ତବ ଏଠି l


ଆଛା ଶୁଣ ସମସ୍ତେ

ଆମେ ଆଫଗାନୀସ୍ତାନର ଝିଅ କହୁଛୁ

ଆମ ହୃଦୟରେ ସାଇତାଥିବା ସ୍ୱପ୍ନ ସବୁ ଯାଉଛି ଭାଙ୍ଗି

ଫେରିଛି ଆଫଗାନୀସ୍ତାନରେ ତାଲିବାନୀ ଶାସନ ଆଜି

ସୋଭିଏଟ୍ ଓ ଆମେରିକା ସେକିସାରି ତାଙ୍କ ସ୍ୱାର୍ଥର ରୋଟି

ଚାଲିଗଲେ ଏଠୁ ଆମକୁ ଅସହାୟ କରି

ଆଉ ସବୁ ପୃଥିବୀର ଦେଶ ଦୁନିଆ ଆମକୁ ଆଜି କରି ଅସଫଳ

ଆମେ ପାଇବୁନି ଶିକ୍ଷା ଓ ଅନାନ୍ୟ ସୁବିଧା

ଆମ ଘର ବାଲକୋନୀରେ ଠିଆ ହେବୁନାହିଁ 

ହାଇହିଲ୍ ପିନ୍ଧିବା ଏଣିକି ଆମ ଭାଗ୍ୟରେ ବି ନାହିଁ

ଚାକିରି କରିବା ଆଉ ଆମ ଜାତକରେ ନାହିଁ

ବିନା ପୁରୁଷ ସାଥିରେ ଆମକୁ ବାହାରକୁ ଯିବା ମନା

ବୁର୍ଖା ପିନ୍ଧିବାକୁ ହେବ ଏଣିକି ଜୀବନ ସାରା l


ଆଛା ଶୁଣ ସମସ୍ତେ

ଆମେ ଆଫଗାନୀସ୍ତାନର ଝିଅ କହୁଛୁ

ଯୌନଦାସୀ ପାଲଟିବୁ ଆମେ 

ଲିଭାଇ ଚାଲିବୁ ତାଲିବାନୀର କାମନାର ନିଆଁ

ଲମ୍ପଟ ପୁରୁଷର ପଣ୍ୟଶାଳାରେ 

ଅସହାୟ ବନ୍ଦିନୀ ସାଜିବାକୁ ହେବ

ଅତି ନଗନ୍ୟ ଓ ନଗ୍ନ ହୋଇ

ନିଜ ଭିତରେ ଚପାଇ ରଖିଚାଲିବୁ

ନିର୍ଯ୍ୟାତନାର ସେଇ କରୁଣ କାହାଣୀ ସବୁକୁ ?


ଆଛା ଶୁଣ ସମସ୍ତେ

ଆମେ ଆଫଗାନୀସ୍ତାନର ଝିଅ କହୁଛୁ

ନିଜ ହୃଦୟକୁ ଚୁର୍ ଚୁର୍ କରି

କାମୁକ ପୁରୁଷର ଯାବତୀୟ 

ଯୌନ ବିକୃତିକୁ ସ୍ୱୀକୃତି ଦେଇ

କେତେଦିନ ସହ୍ୟ କରିଚାଲିବୁ

ଆମ ନିଭୃତ ନାରୀତ୍ୱର

ସେଇ ବିଭତ୍ସ ବ୍ୟଥା ମାନଙ୍କୁ ?

ଅତ୍ୟାଚାରିତା, ଶୋଷିତା, ଲାଞ୍ଚିତା ଆଦି

ଶବ୍ଦସବୁ ଅହରହ ଆମସହ ଏଣିକି ହୋଇଗଲା ଯୋଡ଼ି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror