STORYMIRROR

Kalandi pal

Inspirational

3  

Kalandi pal

Inspirational

ଆମ ମାତୃଭାଷା

ଆମ ମାତୃଭାଷା

1 min
180


ଶୁଭୁନି କା ଘରୁ  ଡାକ ବାପା ବୋଉ

    ଶୁଭେ ଡାକ ଡାଡି ମମି

ଉତ୍କଳେ ଜନମି  ମାତୃଭାଷା ପୁଣି

    ସଭିଏଁ ଭୁଲି ଗଲେଣି।


ଲଣ୍ଠନ ଲଗେଇ  ଦିବାଲୋକେ ଯାଇ

    ଖୋଜିଲେ ଓଡ଼ିଆ ଗୋଟେ.

ମିଳେନି କେଉଁଠି   ଶୁଦ୍ଧ ଓଡ଼ିଆଟି

     ଭେଜାଲ ହେଲେ ସମସ୍ତେ ।


ଖଡ଼ି ଧରା ଠାରୁ  ଦେଲେ ଶିକ୍ଷା ଗୁରୁ

     ବିଦେଶି ଭାଷାର ଶିକ୍ଷା.

କଅଁଳ ମାଟିରେ   କୁମ୍ଭାର ଗଢେରେ

     ଗଢ଼ାରେ ଭବିଷ୍ୟ ଲେଖା ।


ଯେଉଁ ଜାତି ଥିଲା ଚିର ଶତ୍ରୁ ପରା

     ଗଲେଣି ସେ ଦେଶ ଛାଡି.

ଭୁଲି ପାରୁନାହେଁ  ତାଙ୍କ ଭାଷା ମୁହେଁ

     ଧରୁଛେ ସଦା ଜାବୁଡି ।


ପ୍ରତି କଥା ପଦେ  କହୁଛେ ତୁରିତେ

     ଇଂରେଜି ଭାଷାରୁ ଅଧେ.

ଓଡ଼ିଆ ରକ୍ତରେ  ଗଢ଼ା ଓଡ଼ିଆରେ

     ଓଡ଼ିଆଙ୍କୁ ଏହା ବାଧେ ।


ସ୍ତରେ ସ୍ତରେ ଆଜି  ଗ୍ରାସିଲା ଇଂରେଜି

     ନାହିଁ ତ ଶୁଦ୍ଧ ଓଡ଼ିଆ.

ମାତୃଭାଷା ଆମ   ପାଏ ଅସମ୍ମାନ

     ରାଜା ବି ଅଣଓଡ଼ିଆ ।


ଶିଶୁ କାଲିକାର    କହୁଛି ଆପଲ

     ସେଓ କହିଲେ ବୁଝେନି.

ଏ ଫର ଆପଲ  ଜେ ଫର ଜ୍ୟାକେଲ

      ଅଭ୍ୟାସ ଛାଡି ପାରେନି ।


ଅଫିସ ବାଡ଼ିରେ  ପୋଷ୍ଟର ବ୍ୟାନର

     ଫାଇଲ କାଗଜ ସବୁ.

ଇଂରେଜି ଭାଷାଟି  ପ୍ରିୟ ତ ସବୁଠି

     ମାତୃଭାଷା ହୁଏ କାବୁ ।


ଦେବକୀ ରହନ୍ତି  ବନ୍ଦୀଶାଳେ ବନ୍ଦୀ

     ଯଶୋଦାଙ୍କ ସ୍ନେହ ପାଇ.

କୃଷ୍ଣ ବଢିଥିଲେ   ଦିନେ ତ ଫେରିଲେ

     ଦେବକୀ କୋଳକୁ ସେହି ।


ଆସିବରେ ଦିନ  ହେବ ହୀନିମାନ

    ମାତୃଭାଷା ଅପମାନ

ଆପଣାଇ ନେବ  କରି ତାରେ ଭାବ

     ଠିକିଲେ ଠିକଣା ଦିନ ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational