STORYMIRROR

Puja Badi

Action

3  

Puja Badi

Action

ଆମ ମାତୃଭାଷା

ଆମ ମାତୃଭାଷା

1 min
144

ଓଡ଼ିଶାର ବାସି ଆମେ

ଆମ ଗାଁ ବଢିଆ,

ଆମ ମାଟି, ପାଣି ପୁଣି ସବୁ ବଢିଆ ।


ମାତୃଭାଷା ଆମ ଦେଶର ଟେକ

କହିଯାଇଛନ୍ତି ଆମ ମହାପୁରୁଷ,

ଟେକରଖି ତାର ସମ୍ମାନେ 

ଲଡ଼ିଯାଇଛନ୍ତି କେତେ ବୀର ।


ମା ଗର୍ଭ ଭିତରୁ ଆଣିଛି ଭାଷା

ରହିଥିଲା ମନେ କେତେ ପିପାସା,

ଜାଣିଲି ଯେବେଠୁ କହିବାକୁ ମୁଁ ଭାଷା

ସେଦିନୁ ନିଜର ମୋ ମାତୃଭାଷା ।


ମାତୃଭାଷା ଆମ ଜୀବନ ଅଙ୍ଗୀ

ସଂସ୍କୃତିକ, ସାମାଜିକ ସହ ପ୍ରତ୍ୟେକ ଜୀବନର ଅଙ୍ଗ

ପୁଣି ଥାଏ ପ୍ରତ୍ୟେକ ଭାବର ଅନ୍ତରଙ୍ଗ ।


ସାଗର ଗଭୀରେ ସେ ସମାନ

ଆକାଶ, ବାଲି, ପାଣିରେ ଅଗଣ୍ୟ,

ତାର ସୁରକ୍ଷା ଆମର କର୍ତ୍ତବ୍ୟ ।


ପ୍ରତ୍ୟେକ ମଣିଷର ଚିନ୍ତାରେ ଭାଷା

ମୁହଁ ଆଙ୍କିଲେ ଭାଷା,

ପୁଣି ଆମ ଦେଶ ସୃଷ୍ଟିହିଁ ମାତୃଭାଷା ।


ମାତୃଭାଷା ପ୍ରତି ମୋ ବହୁ ସମ୍ମାନ

ପୂଜିବି ଲାଘିବି ନୀତି ଦେଇ ମନ ଧ୍ୟାନ,

ଭାଷାର ଉନ୍ନତି କରିବା ଲାଗି

ସବୁବେଳେ ଥିବ ମୋ ମନେ ତା ପ୍ରତି ସର୍ବୋଚ୍ଚ ସ୍ଥାନ ।


ମାତୃଭାଷାର ଅବହେଳା ଦେଶର ହାନୀ

ଯିଏ କରେ ନିଜ ଭାଷା କୁ ପର

ସେ ବୁଝେନି କେବେ ଆମ ମାତୃଭାଷାର ମୂଲ୍ୟ ।


ଅଜ୍ଞାନେ ପୂଜିଲେ ମିଳିବ ଜ୍ଞାନ

ଧୀରେ ଧୀରେ ହେବେ ସବେ ସମାନ,

ମାତୃଭାଷା ଆମ ରଖେ ମହତ

ସୃଷ୍ଟିଠୁ ବଡ ଆମ ମାତୃଭାଷାର ଚରିତ ।


Rate this content
Log in

Similar oriya poem from Action