ଆମ ଘର ଭାରତ
ଆମ ଘର ଭାରତ


ଏଇ ଭାରତ ଆମ ଘର,
ଆମେ ସବୁ ତାର ବୀର।
ଏଇ ଘରର ମୂରବୀ ଯିଏ,
ଭାରତ ମାତା ପରାଟି ସିଏ।
ହିନ୍ଦୁ, ମୁସଲମାନ, ଶିଖ୍ ,ଈଶାଇ,
ଅଟନ୍ତି ସଭିଁଏ ଭଉଣୀ ଭାଇ।
ସମସ୍ତେ ଚଳନ୍ତି ଏହି ଘରରେ,
ନ ଥାଏ ଯେ ଦ୍ଵେଷ କାହା ମନରେ।
ଘରଟି ଆମର ଅତି ସୁନ୍ଦର,
ଶସ୍ୟ ଶ୍ୟାମଳ ରେ ତ ଭରପୁର।
ହିମାଳୟ ପରା ଛାତ ସଦୃଶ,
ଦେଖିଦେଲେ ଲାଗେ ବଡ଼ ସରସ।
ଶାନ୍ତି ,ମୈତ୍ରୀ ଆଉ ସଦଭାବନା,
ସଭିଙ୍କ ମନରେ ରହିଛି ଅନା।
ହୋଲି ,ଦୀପାବଳୀ ଆଉ ଯେ ଇଦ,
ପାଳନ୍ତି ସଭିଏଁ ନକରି ଦ୍ଵନ୍ଦ।
ଏକତା ଡୋରୀରେ ଆମେ ସଭିଏଁ
ବନ୍ଧାହୋଇଅଛୁ ଆମେ ପରାଏ।
ଏଇ ଘରଟିରେ ଜନମ ପାଇ,
ନିଜକୁ ମୁଁହି ତ ଧନ୍ୟ ମଣଇ।