STORYMIRROR

PRIYARANJAN SAHOO

Inspirational

3  

PRIYARANJAN SAHOO

Inspirational

ଆମ ଗହ୍ମାପରବ

ଆମ ଗହ୍ମାପରବ

1 min
178


ନିଆରା ଏ ଗହ୍ମା ପୁନେଇଁ ପର୍ବ

ରଚେ ସ୍ନେହ-ପ୍ରେମ-ବନ୍ଧନ ସର୍ଗ

ପରମ୍ପରା ଆମ ଦିଏ ସଜାଡ଼ି

ଗଡ଼ି ଚାଲିବାକୁ ସ୍ନେହ ଶଗଡ଼ି

ସବୁ ରାଗ ରୁଷା ଦିଅଇ ଫେଡ଼ି

ଅନୁଭବେ ପ୍ରେମ ହୁଏ ଅଜାଡ଼ି

ସଂସ୍କୃତି ଆମର ଶିଖାଇ ଦିଏ

ଗୋଧନକୁ ମଣି 'ମାତା' ପରାଏ !

ପିଠା ମହକରେ ଭାସଇ ଘର

ଗୋମାତା ପୂଜନ ଅତି ସୁନ୍ଦର

ଆମ ମଫସଲି ଗହ୍ମାଡ଼ିଆଁ

ଭରା ଉନ୍ମାଦନା ଆଣଇ ନୂଆ

ଦୀପ ଅକ୍ଷତରେ ଭ୍ରାତୃ ପୂଜନ

ଅକଳନୀୟ ଏ ସେନେହ ମାନ

ଯୁଗଯୁଗକୁ ସେ ପକାଇ ରାଣ

ଭାଇ ରଖିବାକୁ ଭଉଣୀ ମାନ

ସୂତା ଖିଏ ଗୁନ୍ଥା ଭରା ସେନେହ

ଭଲପାଇବା ସଦା ଅହରହ

ବରଓସ୍ତ ଡାଳେ ବାନ୍ଧିଣ ଡୋରି

କୃତଜ୍ଞତା ଛଳେ ଜୀବନ ଭରି

ନିଃସ୍ୱାର୍ଥ ରହୁ ସେ ଭଲପାଇବା

ଭାଇ ଭଉଣୀର ଆଉ କେ ଅବା ?

ଅସୀମିତ ଥାଉ ଭାବ ବନ୍ଧନ

ସୁଖେ ଚାଲୁଥାଉ ସବୁ ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational