STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଆମ ଗାଁ

ଆମ ଗାଁ

1 min
171


ପ୍ରତିଟି ସୁନେଲି ସକାଳ 

ଲାଗେ ଭାରି ସରସ ସୁଢଳ 

ଝୁମୁଥାନ୍ତି ଗଛସବୁ ଶାଳ ପିଆଶାଳ 

ଫୁଲ ଫୁଟି ଝରୁଥାନ୍ତି କଦମ୍ବ ବଉଳ ତମାଳ 

ରୋମାଂଚିତ ଯେ କେହି ଦେଖି ବନ ବକୁଳ 

ପଞ୍ଚସଖା ପୀଠ ଆଣେ ସ୍ମୃତିର ମରାଳ 

ମନ୍ଦିରରେ ଶୋଭାପାନ୍ତି ରାଧାକୃଷ୍ଣ ଯୁଗଳ 

ଅଁଳାନବମୀରେ ରାଧାଙ୍କ ପଦ ଯୁଗଳ 

ଶିହରଣ ଆଣେ ଛୁଇଁ ଦେଇ ତତ୍କାଳ 

ଫୁଲୁରୀ ଫୁଲେ ସଜେଇ ଫୁଲ ମାଳମାଳ 

ପାଉଁଜି ଅଳତା ଝୁଣ୍ଟିଆ ସାଥେ ଦୁଇହଳ 


ଏ ସହର ଯଦିଓ ନାହିଁ ଆଲୋକ ମାଳମାଳ 

ଚାକଚକ୍ୟ ନାହିଁ ଅଛି ଆତ୍ମବିଶ୍ୱାସ ଓ ବଳ 

ଆଧ୍ୟାତ୍ମିକ ଚିନ୍ତାଧାରା ସଦା କାଳକାଳ 

ଶ୍ରଦ୍ଧାଳୁ ଆସନ୍ତି ଦେଖି ବେଳକାଳ 

ଚକାଦିଅଁ ପ୍ରସିଦ୍ଧ ସାଥେ ନାରିକେଳ 

ସ୍ଥାନର ମାହାତ୍ମ୍ୟରେ ଆସିନି କରାଳ 

ଘଣ୍ଟଘୋଡାଇ ରଖନ୍ତି ପ୍ରଭୁ ସାକ୍ଷୀଗୋପାଳ 

ସଦା ଏ ସ୍ଥାନ ଲାଗେ ଚଳଚଞ୍ଚଳ 

ନାହିଁ କେବେ କଳିଗୋଳ ହରତାଳ 

ଶାନ୍ତିପ୍ରିୟ ଶାନ୍ତିଦୂତ ସକଳ 

ଆବେଗ ଉଲ୍ଲାସ ଓ ଅବକାଶର ଗୁନ୍ଥି ମାଳ 

ନା ଗାଁ ନା ସହର ନାମ ସାକ୍ଷୀଗୋପାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract