ଆମ ଗାଁ
ଆମ ଗାଁ
ପ୍ରତିଟି ସୁନେଲି ସକାଳ
ଲାଗେ ଭାରି ସରସ ସୁଢଳ
ଝୁମୁଥାନ୍ତି ଗଛସବୁ ଶାଳ ପିଆଶାଳ
ଫୁଲ ଫୁଟି ଝରୁଥାନ୍ତି କଦମ୍ବ ବଉଳ ତମାଳ
ରୋମାଂଚିତ ଯେ କେହି ଦେଖି ବନ ବକୁଳ
ପଞ୍ଚସଖା ପୀଠ ଆଣେ ସ୍ମୃତିର ମରାଳ
ମନ୍ଦିରରେ ଶୋଭାପାନ୍ତି ରାଧାକୃଷ୍ଣ ଯୁଗଳ
ଅଁଳାନବମୀରେ ରାଧାଙ୍କ ପଦ ଯୁଗଳ
ଶିହରଣ ଆଣେ ଛୁଇଁ ଦେଇ ତତ୍କାଳ
ଫୁଲୁରୀ ଫୁଲେ ସଜେଇ ଫୁଲ ମାଳମାଳ
ପାଉଁଜି ଅଳତା ଝୁଣ୍ଟିଆ ସାଥେ ଦୁଇହଳ
ଏ ସହର ଯଦିଓ ନାହିଁ ଆଲୋକ ମାଳମାଳ
ଚାକଚକ୍ୟ ନାହିଁ ଅଛି ଆତ୍ମବିଶ୍ୱାସ ଓ ବଳ
ଆଧ୍ୟାତ୍ମିକ ଚିନ୍ତାଧାରା ସଦା କାଳକାଳ
ଶ୍ରଦ୍ଧାଳୁ ଆସନ୍ତି ଦେଖି ବେଳକାଳ
ଚକାଦିଅଁ ପ୍ରସିଦ୍ଧ ସାଥେ ନାରିକେଳ
ସ୍ଥାନର ମାହାତ୍ମ୍ୟରେ ଆସିନି କରାଳ
ଘଣ୍ଟଘୋଡାଇ ରଖନ୍ତି ପ୍ରଭୁ ସାକ୍ଷୀଗୋପାଳ
ସଦା ଏ ସ୍ଥାନ ଲାଗେ ଚଳଚଞ୍ଚଳ
ନାହିଁ କେବେ କଳିଗୋଳ ହରତାଳ
ଶାନ୍ତିପ୍ରିୟ ଶାନ୍ତିଦୂତ ସକଳ
ଆବେଗ ଉଲ୍ଲାସ ଓ ଅବକାଶର ଗୁନ୍ଥି ମାଳ
ନା ଗାଁ ନା ସହର ନାମ ସାକ୍ଷୀଗୋପାଳ
