STORYMIRROR

Kishore Nayak

Children

3  

Kishore Nayak

Children

ଆମ ଗାଁ

ଆମ ଗାଁ

1 min
18

ଶିଶୁ ଓ କିଶୋରମାନଙ୍କ ପାଇଁ କବିତାଟିଏ 


ରାତି ଗଲାଣି ପାହି 

ସୂରୁଜ ଗଲେଣି ଉଇଁ 

ନକର ଅଳସ ଆଉ 

ଭାଡ଼ି ଉପରେ ଶଙ୍ଖୀ ବିଲେଇ 

ଡାକୁଛି ମ୍ୟାଉଁ ମ୍ୟାଉଁ ll

ବହୁଛି ଶୀତଳ ବାଆ 

କାଉ ରାବେ କା.....କା.....

କୁକୁଡ଼ା ଛାଡ଼ଇ ରଡି 

ଚାଟଶାଳିକୁ ଗଲେଣି ପିଲେ 

ଧରି ସିଲଟ ଖଡି଼ ll

ପୋଖରୀ କୂଳରେ ଆସି 

ବଗୁଲୀ ଗଲାଣି ବସି 

ମୀନଟେ ଧରିବା ପାଇଁ 

ପୋଖରୀ ଭିତରେ ଫୁଟିଛି କେତେ 

ଧଳା ଆଉ ନାଲି କଇଁ ll

ସକାଳୁ ମକରା ଭାଇ 

ପଖାଳ ଗଣ୍ଡିଏ ଖାଇ 

ହେଉଅଛି ସଜବାଜ 

ଗୋରୁପଲ ନେଇ ବିଲକୁ ଯିବ 

ଫେରିବ ହୋଇଲେ ସଞ୍ଜ ll

ସକାଳ ଧୂପ ସାରି 

ନନା ତ ଗଲେଣି ଫେରି 

ଗ୍ରାମ ଦେବତୀଙ୍କ ପାଶେ 

ସଞ୍ଜ ଆଳତିରେ ନଖିନାନୀ ଆମ 

ପିଲାଙ୍କ ଶୁଭ ମନାସେ ll

ଆମ ଗାଁ ପାଖ ଦେଇ 

ନଈଟେ ଯାଉଛି ବହି 

ଗାଇ କୁଳୁକୁଳୁ ଗୀତ 

ନଈ ତୁଠେ ଆସି ଗାଁ'ର ଲୋକେ 

ପଖାଳନ୍ତି ଗୋଡ଼ ହାତ ll

ଆମ ଗାଁ ଦିଶେ ଭାରି ସୁନ୍ଦର 

ସୁନ୍ଦର ଦିଶେ ତା ପାଟ ଗହୀର 

ହୁଏ କେତେ ଯାନିଯାତ 

ଆର ଗାଁ ସନା ସାଥିରେ ଆମ ଗାଁ 

ସନିଆ ବସିଛି ମିତ ll



Rate this content
Log in

Similar oriya poem from Children