STORYMIRROR

Santanu Bisoi

Classics

2  

Santanu Bisoi

Classics

ଆମ ଗାଁ "କୁରାଳ"।

ଆମ ଗାଁ "କୁରାଳ"।

1 min
416

କୌରାଲ୍ୟ ଲିଖିତ ମୌର୍ଯ୍ୟ ଇତିହାସେ

କୁମ୍ଭକାର ଗାଁ କୁରାଳ,

ଗୋଟେ ପୋଖରୀକୁ ଗୋଟିଏ ଦେଉଳ

ଓଡ଼ିଶା ମାଟିର ବିରଳ


ଚଣ୍ଡୀବନ୍ଧ ହୁଡା ବାଦୁଡିର ଘର

ଅଭୟାରଣ୍ୟ ସେ ପକ୍ଷୀର,

"ବାଉଁଶ ରାଣୀ"ର ଖେଳ ଆରମ୍ଭିଲା

"କେଳା"ର ସାହସ ଅପାର


ନଭଶ୍ଚୁମ୍ବି ପଞ୍ଚୁପାଣ୍ଡଵ ପାହାଡ଼

ପୋଖରା ଖୋଲ ତା ହୃଦୟ,

ବାଗ୍ଦେବୀ ଶୋଭନ୍ତି ପାଦଦେଶେ ତାର

ବହେ ସୁଲୁସୁଲୁ ମଳୟ


ସୁବୁଦ୍ଧି ଦୁଆରେ ହାଟ ଏଠିହୁଏ

ବାଣିଜ୍ୟିକ କାରବାର

ଲିଙ୍ଗରାଜ ସୁବୁଦ୍ଧି ବଡ଼ ହାଟୁଆ

ବେପାରରେ ଧୁରନ୍ଧର


"ନାରଣ ବେହେରା" ବଡ ଦାନବୀର

ଦାନୀ ପଣେ ସିଏ ଗଣା,

"ବେହେରା ଦୁଆରେ ଓଟ" ଠିଆ ବୋଲି

ସମସ୍ତଙ୍କୁ ଅଛି ଜଣା


ପାଇକରାୟ ଦୁଆରେ ନାଟ ହୁଏ ଭାଇ

ଜାଗିରିଦାର ଖାନ୍ ଦାନି

ଗଡ଼ ରକ୍ଷକ ସେ ପାଇକ ପୁଅ ଯେ

ଯୁଗେ ଯୁଗେ ସ୍ୱାଭିମାନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics