ଆମ ଗାଆଁ ର ରାତ୍ରି ପ୍ରହର
ଆମ ଗାଆଁ ର ରାତ୍ରି ପ୍ରହର
ସଞ୍ଜ ଯାଇ ରାତି ହେଲା ଆସି ,
ଧରାକୁ ଅନ୍ଧାର ଦେଲା ଗ୍ରାସି ।
ଗାଆଁ ରୁ ଶୁଭିଲା ଶଙ୍ଖ ନାଦ,
କୋଳାହଳ ହୋଇଲା ନିଶବ୍ଦ ।
ପିଲାଏ ନିଜର ଖେଳ ସାରି,
ପଢନ୍ତି ନିଜସ୍ୱ ବହି ଧରି ।
ନାତି ନାତୁଣୀ ଏକାଠି ହୋଇ,
ଗପ ଶୁଣନ୍ତି ଆଈ ପାଖେ ଶୋଇ ।
ଭାଗବତ ଘରେ ହରିନାମ,
ଶୁଣି ଜନେ ହେଲେ ସମାଗମ ।
ହରିଙ୍କ ମହିମା କର୍ଣ୍ଣେ ଶୁଣି,
ସନ୍ତୋଷ ହୋଇଲା ଚିତ୍ତ ପୁଣି ।
ଆକାଶେ ଶଶାଙ୍କ ତାରା ମାନ,
ଝଲସନ୍ତି ମୁକୁତା ସମାନ ।
ରଜନୀରେ ନିଶାଚର ଗଣ,
ଭ୍ରମନ୍ତି ଖାଦ୍ୟର ଅନ୍ବେଷଣ ।