STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଆମ ବନ୍ଧୁତ୍ବ

ଆମ ବନ୍ଧୁତ୍ବ

1 min
333


ଭାବ, ଶ୍ରଦ୍ଧାପଣେ ବନ୍ଧୁତ୍ବ ଦର୍ପଣେ

  ପରଖିବା ସମ୍ପର୍କକୁ,

କାୟା, ଛାୟା ପରି ନିବିଡତା ଗୁଣେ 

   ମମତା ଯୁଗ, ଯୁଗକୁ.....


ଭୁଲି ହୁଏନାହିଁ ମନଜିଣା ଭାଷ

   ନିନାଦିତ ହୃଦବନ,

ଆତ୍ମା ଦେଉଳରେ ସଖା ଶ୍ରଦ୍ଧା ଆଶ

   ମଧୁ ମଳୟ ଗୁଞ୍ଜନ......


ଜଣେ ସମାହିତ ଆନ ସମାହାର

   ଶ୍ରଦ୍ଧାର ଏ ନଦୀଧାରେ,

ପ୍ରାପ୍ତି, ଅପ୍ରାପ୍ତି ର ଉର୍ଦ୍ଧରେ ସେ ସ୍ୱର

    ଅଦୃଷ୍ଟର ପଲକରେ.....


ଅୟୁତ ସ୍ବପ୍ନର ନିୟୁତ କଳ୍ପର

   ଉର୍ମିସିକ୍ତ ସୂକ୍ତିମାଳା,

ଅମୃତ ମହାର୍ଦ୍ଧ ଦିବ୍ୟ ସାନିଧ୍ୟର

   ମହାଶୃଙ୍ଘ ଶ୍ରଦ୍ଧାଶୀଳା......


ମନ ମିଶିଗଲେ ଆତ୍ମା ଛୁଇଁଯାଏ

   ଜହ୍ନ, ତାରା ରଚେ ସ୍ବପ୍ନ,

ମିଠା ମେଘ ଖେଳେ ଭିଜାଏ ପାର୍ବଣେ

    ଆହା ସେ ନନ୍ଦନ ବନ.......


ନୈତିକ ଚେତନା ଅନ୍ତରେ ଶୁଦ୍ଧତା

    ନିଜକୁ ହୃଦରେ ଭରି,

ଥରେ ଶ୍ରଦ୍ଧାପଣେ ଅମୃତ ଭାବନା

   ଅନନ୍ୟ ସେ ଗୀତା ପରି......


ଆଞ୍ଜୁଳା, ଆଞ୍ଜୁଳା ବାସ୍ନାଝରା ସେଇ

    ବନ୍ଧନର ଇନ୍ଦ୍ରପ୍ରସ୍ଥ,

ସୁଧାଝରା ହୋଇ ଅତ୍ମୀୟତା ନେଇ

  କା "ବ୍ୟଥାରେ ଆନ ବ୍ୟସ୍ତ.....


କୋଟି ପୁଣ୍ୟବଳେ ବନ୍ଧୁଟିଏ ମିଳେ

    ହୃଦ ବେଳାଭୂମି ଭେଟି,

ସମଗ୍ର ସତ୍ତାକୁ ଅସ୍ତିତ୍ୱ ପରଷେ

     କୃଷ୍ଣ ଆନ ସୁଦାମାଟି.......


ହାରିବାରେ ସୁଖଲାଗେ ସେ ସମ୍ପର୍କେ

   ବନ୍ଧୁକୁ ଜିତିବା ଦେଖି,

ସେପାଦ ଅଙ୍ଗନେ ଅହୋଭାଗ୍ୟ ମଣେ

    ଅନନ୍ୟ ଭବ୍ୟ ସୁରଭି......


ବିଶ୍ୱାସ ସିଡିରେ ନିସ୍ଵାର୍ଥ କଡ଼ିରେ

   ଅଦୃଶ୍ୟ ବିତାନ ସୁରେ,

ନିସର୍ତ୍ତ ବନ୍ଧନେ ସମର୍ପଣ ଭରେ 

   ବନ୍ଧୁତା ଶାଶ୍ୱତ ଝରେ.....


Rate this content
Log in

Similar oriya poem from Inspirational