ଆମ ଭାଷା
ଆମ ଭାଷା
ଭାଷାର ମଳୟ ବହଇ ମରତେ
ଉକ୍ତିରେ ଉପମା ଦେଇ,
ପଦ ସଙ୍ଗେ ପଦ ଯତିପାତ ଯୋଡ଼ି
ଅଳଙ୍କାର ପିନ୍ଧୁ ଥାଇ ।
ମୋ ଭାଷା ଅକ୍ଷର କେଡେ ଚମତ୍କାର
ସାଧବ ବୋହୂ ଓଢ଼ଣୀ,
ବିନ୍ଦୁ ଠାରୁ ନେଇ ସିନ୍ଧୁ ପରିର୍ଯ୍ଯନ୍ତେ
କି ସୁନ୍ଦର ତା ଚାହାଣି ।
ମୋ ଭାଷାରୁ ମିଳେ ଜେଜେ ବାପାଙ୍କର
ହାତର ବାଙ୍କୁଲି ବାଡ଼ି,
ଜେଜେ ମାଆଙ୍କର ହାତର କଙ୍କଣ
ସୁନା ଗହଣାର ପେଢ଼ି ।
ମାତୃଭାଷା ଛାଡ଼ି ଯେ ପକାଏ ରଡି
କହି ନିଜେ ମହାଜ୍ଞାନୀ,
ସେପରି ଜନର କାହିଁ ପୁଣ୍ୟ ଜ୍ଞାନ
ଅଟଇ ସେ ବେଇମାନୀ ।
