Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bajaram Sethi

Others

5.0  

Bajaram Sethi

Others

ଶିଶୁ ସମ୍ବଳ

ଶିଶୁ ସମ୍ବଳ

1 min
149


"ଚାହଁ ଶିଶୁ ତୁମେ  ପୂର୍ବେ ଭୂଇଁ ଧାମେ 

   ଜିତକାଶୀ ବୀରକେତେ ,

ମାତୃ ପ୍ରେମ ପାଇଁ   ତ୍ରିରଙ୍ଗା ଉଡାଇ 

   ଦେଶ ଦ୍ରୋହି ଜିଘାଂସିତେ" ।

କୁଢ କୁଢ ମୂଢ  ମୂର୍ଖରାଜା ଗଡ

   ଜିହ୍ବାନାଳଚା ପାମର,

ଦାନ୍ତ ମଡ ମଡ  ମଦ ମାଂସ ଭିଡ

    ଲେଖା ଗାଥା ପାଣିଗାର ।

କେବେ ତୁ ଜାଗିବୁ  କେବେ ରାବ ଦେବୁ

     ଦେଖ ଜନନୀ କାନ୍ଦଇ,

ନିର୍ଲ୍ଲଜ୍ଜ ବସିଛି     ମିଛେ ରଢୁଅଛି 

     ସତେ ଗାଣ୍ଡୀବ ଗର୍ଜଇ ।

"ଆହେ ଶିଶୁ ବୀର   ଯୁଦ୍ଧେ ଅଗ୍ରସର 

     ଟଳିବ ପାଷାଣ୍ଡ ଗଡ,

ରାମରାଜ୍ଯ ହେବ    ମହାତ୍ମା ଜନ୍ମିବେ 

     ତୁ ଧର୍ମ ସମ୍ବଳ ବାଡ" ।

ତୁମ ଗୁଣ ଉଚ୍ଚ       ନ ଚାହଁ ତୁ ପଛ 

    ତ୍ରିରଙ୍ଗା କରେ ତୋ ରକ୍ଷା,

ଘୋଡା ତୋର ଦୌଡା    ଗର୍ଜି ବୀର ରଢି 

      ଶିକ୍ଷି ଜାତି ପିତା ଶିକ୍ଷା।

ଭାବଭଙ୍ଗୀ ଏଠି     ନେଉଛି ସାଉଁଟି 

      ଅଭିନୟ ରଙ୍ଗମଞ୍ଚେ,

ରାଜା-ମନ୍ତ୍ରୀ ଏଠି     ଆତ୍ମସାତ ବେଠି 

      ପ୍ରଜାହିତେ ମନ୍ଦପାଞ୍ଚେ ।

ଚାହଁରେ ନନ୍ଦନ      ଆସେ ଶୁଭଦିନ 

      ଏକା ତୁହିଁ ହେଲେ ସାହା,

ଭରଷା ନୁହଁଇ      "ଶଠ ମନ୍ତ୍ରୀ ନେଇ "

       ତୁ ଯେ ଏକା ବାଦଶାହା ।



Rate this content
Log in