STORYMIRROR

Bajaram Sethi

Others

3  

Bajaram Sethi

Others

ଜଗନ୍ନାଥ ପ୍ରେମ-୨୦

ଜଗନ୍ନାଥ ପ୍ରେମ-୨୦

1 min
742


ଭଜରାମ ସେଠୀ


ପଙ୍କିଳ ଶରୀରୁ ପଙ୍କପକ୍ଷୀ ଜନ୍ମି

ନଲାଗେ ତନୁରେ ପଙ୍କ,

ପାପଗୃହେ ସତ୍ୟ ମାନବେ ଖୋଜିଲେ

ନାଶ ହେବ କଳିଅଙ୍କ ।୧।

ନୋହିଲେ ଧନରେ ନିଜେ ନାଶ ଯିବା

ଜନମିବ କଳିପୁତ୍ର,

ମହାକଳି ରୂପ ଧାରଣ କରିବ

ନେଇ ଅଗ୍ନି-ବାୟୁ ମିତ୍ର ।୨।

ସମୀର ବହୁଛି ଅଗ୍ନି ଯୋଗ ହୋଇ

କଳି ଛାଡୁଅଛି ରବ,

ଦେଖୁ ଦେଖୁ ଲୋକ ମରି ପଡୁଛନ୍ତି

ଅଂଶୁଘାତେ ଲିନ ଶବ।୩।

ସଞ୍ଚରୁଛି ଏଠି ଅନେକ ରାକ୍ଷସ

ଜିଅନ୍ତା ଜାଳୁଛି ଶବ,

ବାପ ପୁଅ କଳି ନୋହୁଛି ସମ୍ଭାଳି

ଧିକ ମଣିଷତ୍ବ ଭାବ ।୪।

ବିଜୁଳି ଉଛୁଳି ନର ଯାଏ ଟଳି

ଜଳି ଜଳି ଛାଡେ ରାବ,

ପୋଡା ଶରୀରକୁ କେହି ନ ଚିହ୍ନନ୍ତି

ପଚି ଷଢି ଯାଏ ଶବ।୫।

ନିତ୍ୟ କର୍ମଯେତେ ଭୁଲିଲେ କେମନ୍ତେ

ଦେଖାଣିଆ ତୀର୍ଥ ଯାତ,

ସାଧୁ ସନ୍ଥ ଏଠି ବିଶ୍ଵାସ ନୋହିଲା

କୁକର୍ମେ ଭ୍ରମିଲେ ପଥ ।୬।

ଦୁଘର୍ଟଣା ସବୁ ଘଟୁଛି ଅନେକ

ଦିଶେ ନାହିଁ ଆମ୍ଭଠାରେ,

ଠାକୁର ନିନ୍ଦନ ଗୁରୁଜନ ଘୃଣ୍ଯ

ପାଷାଣ୍ଡ ବର୍ବର କରେ।୭।

ନାହିଁ ବୁଦ୍ଧି ଜ୍ଞାନ ଘୋର କଳିକାଳେ

ଅଚାନକ ରଣ କରେ,

ଶୁଦ୍ଧ ବୁଦ୍ଧି ଚିତ ହଜିଲା କେମନ୍ତ

କଣ୍ଟକିତ ପଥେ ମରେ।୮।

ନୁହେଁ ମୁଁ ଭକତ ନୁହେଁ ସାଧୁ ସନ୍ଥ

ଯାହା ଦେଖେ ତାହା ଲେଖେ ,

କାଳିଆ ସାଆଁନ୍ତ ହେବେ କିବା ଶାନ୍ତ

କଳିକୁ ଧ୍ବଂସିବେ ନିଶ୍ଚେ ।୯।

ମୁଖେ ନାରାୟଣ ଦନ୍ତରେ ତିରଣ

ଚରଣେ ତୁମର ଗଲି,

ଦିବ୍ୟ ଜଗନ୍ନାଥ ଭକତ ସାମର୍ଥ୍ୟ

ଭଜରାମ କରେ ଅଳି ।୧୦।

ନିରାଳ,ଆସିକା, ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍