ମୁଁ ଏବେ ବି ପରାଧୀନ
ମୁଁ ଏବେ ବି ପରାଧୀନ
ଉତ୍କଳ ସନ୍ତାନ ତୁମେ ବୀର ପୁଅ
ବୀରତ୍ଵେ ପକାଅ ସ୍ବର,
ଗରିବ ମରଇ କାହିଁକି ହେ ବୀର
କିବା ପିଛେ ଉଡ୍ର ମୋର ।
ସ୍ବାଧୀନ କି ତୋର ଛଡାଇ କେ ନେଲା
କରମେ ଲଗାଇ ନିଆଁ,
ପରାଧୀନ ହୋଇ କେତେ ତୁ ଚଳିବୁ
ଫିରିଙ୍ଗି ବ୍ରିଟିଶ୍ ଧୂଆଁ ।
ଇଁରେଜ ଶାସନ ଚାଲିଗଲା ସିନା
ବଡଲାଟ୍ ହେଲେ କେତେ,
ଶାନ୍ତ ଦରବାର ଆଉ କିବା କାହିଁ
ଅଶାନ୍ତ ଜନ୍ମିଲେ ଯେତେ ।
କଂସେଇ ନାମରେ ନାମିତ ଅଟେରେ
ତୋର କେଇ ବଡବାବୁ,
ମୃତ୍ୟୁ ଶରୀରକୁ ହଜେଇ ଦେବେରେ
କେହି ନ କରିବେ କାବୁ ।
ଭଙ୍ଗା ନାବେ ତୋତେ ବସାଇ ଦେଲେଣି
କେବେ ତୁ ଜାଣିବୁ କହ,
ବିରୋଧୀ ସ୍ବରକୁ ଉତ୍ତୋଳନ କର
ନ୍ୟାୟୀ ତୁ ଉତ୍କଳ ପୁଅ ।
କେତେ ମିଛ ତୋତେ ପ୍ରତିଶୃତି ଦେଇ
ଦେଲେଣି ଭକୁଆ କରି,
ଆଉ କେତେ ଦିନ ଦେଖ ତୁ ନନ୍ଦନ
ଖାଇଯିବେ ମାଂସ ତୋ'ରି ।
ଆହାରେ ମୋ ଧନ କେତେ ଦୁଃଖ ପାଉ
ଦାଦନ ଖଟଣୀ ତୋର,
କାହିଁ ଗଲେ ତୋର ବଡ ବଡ ନେତା
କହିଥିଲେ କେତେ ଗୀର ।
ରାତି ଦିନ ତୋର ହୋଇଲା ସମାନ
ଆଖିରୁ ଝରାଇ ଲୁହ
ପଚାର କୁମର ନେତାକୁ ତୋହର
କେମିତି କରିଛି ଗୃହ ।