ମୋ ଗାଁ
ମୋ ଗାଁ
1 min
441
ନବବଧୂ ରାଣୀ ପହଞ୍ଚି ତଟିନୀ ତଟେ
ତନୁ ଧୌତକାଳେ ଜଳେ ଅତର ଚହଟେ।
ହୃଦୟୁ ଖସିପଡଇ ପୁଷ୍ପ ଗୁନ୍ଥା ଗୁନ୍ଥା
ନଈଜଳେ ଭାସଇ ଯେ ମୁକ୍ତା ପେନ୍ଥା ପେନ୍ଥା ।।
ସରିତ ତୁଠେ ଛମ୍ ଛମ୍ ପାଉଁଚି ତା'ର
ଗାଁ'କୁ ସତେ ମଂଦେ ମଂଦେ ମରୁତ ପ୍ରହାର ।
ଅଳତା ବୋଳା ପାଦ ମେହେନ୍ଦୀ ଭରା ହାତ
ମାଳତୀ ଜୁଇ ଜାଇ ହେନା କେଶେ ମୋହିତ ।।
କେକୀ ସମ ନୃତ୍ଯ ରାଜହଂସୀ ଛନ୍ନ ଛନ୍ନ
ପ୍ରଭାତେ ଲଭେ ମୋ'ଗାଁ ପାଗଳ ଯଉବନ ।
ସବୁଜ ଶାଢୀ କୁ ପିନ୍ଧଇ ଧରଣୀ ସଖୀ
କି ଉପମା ଦେବି ମନ ମୋର ଯାଇଛି ଲାଖି ।
