STORYMIRROR

Bajaram Sethi

Others

3  

Bajaram Sethi

Others

ମୋ ଗାଁ

ମୋ ଗାଁ

1 min
447

ନବବଧୂ ରାଣୀ ପହଞ୍ଚି ତଟିନୀ ତଟେ

ତନୁ ଧୌତକାଳେ ଜଳେ ଅତର ଚହଟେ।

ହୃଦୟୁ ଖସିପଡଇ ପୁଷ୍ପ ଗୁନ୍ଥା ଗୁନ୍ଥା 

ନଈଜଳେ ଭାସଇ ଯେ ମୁକ୍ତା ପେନ୍ଥା ପେନ୍ଥା ।।

ସରିତ ତୁଠେ ଛମ୍ ଛମ୍ ପାଉଁଚି ତା'ର 

 ଗାଁ'କୁ ସତେ ମଂଦେ ମଂଦେ ମରୁତ ପ୍ରହାର ।

ଅଳତା ବୋଳା ପାଦ ମେହେନ୍ଦୀ ଭରା ହାତ

ମାଳତୀ ଜୁଇ ଜାଇ ହେନା କେଶେ ମୋହିତ ।।

କେକୀ ସମ ନୃତ୍ଯ ରାଜହଂସୀ ଛନ୍ନ ଛନ୍ନ 

ପ୍ରଭାତେ ଲଭେ ମୋ'ଗାଁ ପାଗଳ ଯଉବନ ।

ସବୁଜ ଶାଢୀ କୁ ପିନ୍ଧଇ ଧରଣୀ ସଖୀ 

କି ଉପମା ଦେବି ମନ ମୋର ଯାଇଛି ଲାଖି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍