STORYMIRROR

Bajaram Sethi

Tragedy

3  

Bajaram Sethi

Tragedy

ଚାଷୀ

ଚାଷୀ

1 min
272

ମିଛେ ମିଛେ ମୁଁହିଁ    ବଖାଣୁଛି କେତେ 

     ସତେ ସରବଜ୍ଞ୍ଯ ପରି

ବଖାଣ ଗାରିମା     ଚୁଲିକି ମୋ ଯାଉ 

     କିଛି ନୁହେଁ ଅର୍ଥ ଧରି (୧)

ପଣ୍ଡିତ ସର୍ବଜ୍ଞ୍ଯ     ବୁଲାଉଛି କେତେ

      ଚାଷୀ ପ୍ରାଣେ ବିଷ ଭରି 

ଚାଷୀ ଅମାନତ     ଦେଶ ପ୍ରାଣେ ବିତ  

       ମନ୍ତ୍ରୀ ଚୁକ୍ତି ନିଦା କରି(୨)

ମସୁରୀ ଚାଉଳ     ଟିକି ଭାତ ରୋଳ 

       ଚାଷୀ ଖଟଣୀର ଝାଳ 

କେତେ ଠକ ଦଳ    କୁଜୀନେତା ଖେଳ

       ଚାଷୀ ପାଇଁ ତୁଚ୍ଛ ମେଳ(୩)

ଗାଁ କେ ଟାଉଟର     ଭାରି ହୁସିଆର 

       ଜଳପାଇଁ ଟଙ୍କା ଲାଞ୍ଚ 

ଗାରିମା ତାହାର      ଦୁଷ୍ଟ କଡା ଗିର 

       ମୂଢ କରେ ଆଞ୍ଚପାଞ୍ଚ (୪)

ମନ୍ତ୍ରୀ ବସିଅଛି       ଚୌକି ଲୋଭ ନେଇ 

       ଚାଷୀ କଥା କେ ପଚାରେ 

ଚୁକ୍ତି ପରେ ଚୁକ୍ତି      ମିଛେ ଲେଖେ ଉକ୍ତି 

       ଚାଷୀ ଅଛ ମୋ ଛାତିରେ !(୫)

ଆରେ ଆରେ ମୂଢ    ଚାଷୀ ଦୁଃଖ ଫେଢ

        ଦେଶେ ହେବ ସ୍ବର୍ଣ୍ଣ ଘର

ଅର୍ଣ୍ଣ ଯୋଗୁଁ ବର୍ଣ୍ଣ      ଦିଶେ ମା ସୁବର୍ଣ୍ଣ 

        ବଡବାବୁ ଚିନ୍ତାକର (୬)

ଚୌକି ପରେ ବସି      ରାଜା ପରି ହସି

        କେତେ ଗାଥା ଦିଅ ଭାଷି 

ଚାଷୀ ମାଟି ନେସି      ଶୀତ ଗ୍ରୀଷ୍ମେ ଧସି 

        ଝାଳ ରକ୍ତ ସୁନା ରାଶୀ (୭)

ଏସି ରୁମ୍ ଦେଖ       ତନୁ ନାଲି ମୁଖ

        ବଡ ବଡ ବାଣୀ ଲେଖ 

ଚାଷୀ ପାଇଁ ଦେଶ      କରୁଛି ସାହାସ 

         ବଡ ବଡିଆ ହେ ଶିଖ (୮)

ଚାଷୀର ଇଜତ        କରିଲେ ଜଗତ 

         ଉଡିବ ଜାତିର ନେତ 

ବିଦ୍ବାନ ପଣ୍ଡିତ         ଆସ ହେ ସଙ୍ଗାତ 

         ଚାଷୀ ସାଥେ ମିଶା ହାତ(୯)

ଗରବ କାହିଁକି        ବଡବଡିଆ ହେ  

         ଚାଷୀକୁ ଯୋଡୁନି ହାତ 

ତମ ଟଙ୍କା ସୁନା       ତମର ଆଇନା 

         ଚାଷୀ ଦିଏ ତୁଣ୍ଡେ ଭାତ(୧୦)

 ବଡବଡିଆତ        ଦେଖାଏ ସମ୍ପଦ 

         କେଉଁ କାର୍ଯ୍ୟ ଦେଶ ପାଇଁ 

ଚାଷୀ ଆତ୍ମହତ୍ୟା      ହେଉଛି ଅନେକ 

          ରାଜ୍ୟେ ରାଜା କିବା ନାହିଁ !(୧୧)

ରାଜା ହୀନ ରାଜ୍ୟ      ହେଇଛି ଏଇଠି 

          ଚାଷୀ ଝାଳ ଦେଖେ କିଏ ?

ଆମ ପେଟ ଭଲ      ଆମ ଚୌକି ଭଲ

         ଆମ ଘର ସୁଖି ରହେ (୧୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy