STORYMIRROR

Bajaram Sethi

Others

4  

Bajaram Sethi

Others

ମୁଁ ଏବେ ବି ପରାଧୀନ

ମୁଁ ଏବେ ବି ପରାଧୀନ

1 min
149

ଉତ୍କଳ ସନ୍ତାନ ତୁମେ ବୀର ପୁଅ 

ବୀରତ୍ଵେ ପକାଅ ସ୍ବର,

ଗରିବ ମରଇ କାହିଁକି ହେ ବୀର ?

କିବା ପଛେ ଉଡ଼୍ର ମୋ'ର ।୧।


ସ୍ବାଧୀନ କି ତୋ'ର ଛଡ଼ାଇ କେ' ନେଲା

କରମେ ଲଗାଇ ନିଆଁ,

ପରାଧୀନ ହୋଇ କେତେ 'ତୁ' ଚଳିବୁ

ଫିରିଙ୍ଗି ଶାସନେ କିଆଁ  ।୨।


ଇଁରେଜ ଶାସନ  ଚାଲିଗଲା ସିନା

ବଡ଼ଲାଟ ହେଲେ କେତେ,

ଶାନ୍ତ ଦରବାର ଆଉ କିବା କାହିଁ 

ଅଶାନ୍ତ ଜନ୍ମିଲେ ଯେତେ ।୩।


କଂସେଇ ନାମରେ ନାମିତ ଅଟେରେ

ତୋର କେଇ ବଡ଼ବାବୁ ,

ମୃତ୍ୟୁ ଶରୀରକୁ ହଜେଇ ଦେବେରେ

କେହି ନ କରିବେ କାବୁ ।୪।


ଭଙ୍ଗା ନାବେ ତୋତେ ବସାଇ ଦେଲେଣି 

କେବେ 'ତୁ' ଜାଗିବୁ କହ,

ବିରୋଧୀ ସ୍ବରକୁ ଉତ୍ତୋଳନ କର

ନ୍ୟାୟୀ 'ତୁ' ଉତ୍କଳ ପୁଅ ।୫।


କେତେ ମିଛ ତୋତେ  ପ୍ରତିଶୃତି ଦେଇ

ଦେଲେଣି ଭକୁଆ କରି,

ଆଉ କେତେ ଦିନ ଦେଖ 'ତୁ' ନନ୍ଦନ 

ଖାଇଯିବେ ମାଂସ ତୋ'ରି ।୬।


ଆହାରେ ମୋ' ଧନ କେତେ ଦୁଃଖ ପାଉ

ଦାଦନ ଖଟଣୀ ତୋ'ର,

କାହିଁ ଗଲେ ତୋ'ର ବଡ଼ ବଡ଼ ନେତା 

କହିଥିଲେ କେତେ ଗିର ।୭।


ରାତି ଦିନ ତୋ'ର ହୋଇଲା ସମାନ 

ଆଖିରୁ ଝରାଇ ଲୁହ ,

ପଚାର କୁମର  ନେତାକୁ ତୋହର 

କେମିତି ସହୁଛି ଦେହ ? ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍