STORYMIRROR

Bajaram Sethi

Others

3  

Bajaram Sethi

Others

ପ୍ରତିଶୃତି ଜଳ ଜଳ

ପ୍ରତିଶୃତି ଜଳ ଜଳ

1 min
114

ଆଲୋ ଜାଇଫୁଲ ବୁଝିବା ଆ'ଆଲୋ 

ଦୁଃଖ କରି ଚିନ୍ତା ନାହିଁ 

କରମ ଖୋଜିବା ପେଟ ଚାଖଣ୍ଡକେ

ମୁଠେ ଭାତ ତୁଣ୍ଡ ପାଇଁ ।


ନାହିଁ ବଣୀବାପ ସାହସ ଧରିବା

ସନ୍ତାନ ଜୀବନ ପାଇଁ 

ଗରିବ ତିରରେ କର୍ମ ନାଆ ବାହି

 ଆହୁଲା ଦେବା ତଲେଇ ।


କହ ଜାଇଫୁଲ କାର୍ଯ୍ୟ କାହିଁ ଲୋ

ମାଟିକୁ ନାହିଁ ଜଳସେଚନ 

ଭେଣ୍ଡିଆ ପୁଅଟା ଘରେ ବସିଛିଲୋ

ନାହିଁ କାରଖାନା ଜାଣ।


ଛାଡ ଛାଡ ଚିନ୍ତା ବଣୀର ବାପ ହେ

ଗୁଜୁରାଟ ଯିବା ଧାଇଁ,

ପେଟ ପୋଷି ଆମ ଜୀବନ ପାଳିବା

ଭେଣ୍ଡିଆ ପୁଅକୁ ନେଇ ।


ରାତି ବାର ଘଣ୍ଟା ଦିନ ବାର ଘଣ୍ଟା 

ହୃଦୟ ଦିଶଇ କଣ୍ଟା

ସରକାର ଆମ କେଡେ ଉଦାର ଲୋ

କମ୍ପାନୀର ନାହିଁ ଚିନ୍ତା ।


ଗରିବ ଚାଉଳ ଗୁଡି ମାଟି ରୋଳ 

ଖାଇବା ପରା ହେ ଧର୍ମ,

ଆମର ଜନତା ଉପୁରିର ଚିନ୍ତା 

କାହିଁକି କରିବା କର୍ମ ।


ବୁଢା ବୁଢୀ ଭତା ପୁଅ ଛାଡେ ଚିନ୍ତା 

ଏତ ପରା ଆମ ଉଡ୍ର,

ବଣୀଆ ମାଆଲୋ କହିଲେ କହିବେ

ମୋତେ ମୁଁ ଭାଢୁଆ ମୂର୍ଖ ।


ଛାଡ ଚିନ୍ତା ଏବେ ମୋର ପ୍ରାଣଧନ 

କାହିଁକି କରିବା ଦୁଃଖ,

କାଳେ ଦେଇପାରେ ସରକାର ଆମ

କର୍ମ ଜୀବନର ସୁଖ ।


ବିଶ୍ୱାସ ମୋହର ନୋହୁଛି ସଜନୀ 

ସରିଲାଣି ଅଧା ବେଳ

କାଳ କାଳ ନେଇ ଶାସନ ହୁଅଇ

"ପ୍ରତିଶୃତି ଜଳ ଜଳ"।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍