Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Abstract Inspirational Children

4  

Birakishore Nayak

Abstract Inspirational Children

ଆମ ଭାରତରେ

ଆମ ଭାରତରେ

1 min
359



ଯୁଗ ଯୁଗ ଧରି ପବିତ୍ର ଏ ମାଟି

  କୋଳେ ତା' ବହୁଛି ଗଙ୍ଗା ଯମୁନା,

ଗଙ୍ଗା ଗାଏ ସଦା ଭାଗିରଥି ଗାଥା

   ଯମୁନା ଖୋଜେ ତ କାଳିଆ ସୁନା |

କୃଷ୍ଣ|, ଗୋଦାବରୀ ବହୁଛି ବିଭୋରେ

   ନର୍ମଦା,କାବେରୀ ମାଟିର ସ୍ପର୍ଦ୍ଧା,

ଶାବରମତୀ ତ ଗାଏ ବହି ବହି

    ଗାନ୍ଧୀଙ୍କ ଅହିଂସା ନୀତିର ବାର୍ତ୍ତା |

ସରଜୁ ଧାରାରେ ରାମରାଜ୍ୟ କଥା

    ବ୍ରହ୍ମପୁତ୍ର ଦିଏ ଅଧ୍ୟାତ୍ମବାଣୀ,

ଅଳକାନନ୍ଦା କି ସ୍ୱର୍ଗର ସୁନ୍ଦରୀ

    ଅପୂର୍ବ ତାହାର ବହିବା ଠାଣି |

ଏମିତି କେତେ ଯେ ପବିତ୍ର ତଟିନୀ

    ବହୁଛନ୍ତି ତାର ପୂତ ଛାତିରେ,

ଶ୍ୟାମଳ ବନାନୀ ତା'ପାଇଁ ଖେଳୁଛି

    ପ୍ରକୃତିରାଣୀର ବୁକେ ପ୍ରୀତିରେ |

ନଦୀ ତୀରେ ତୀରେ ସୁନାର ଫସଲ

    ସତେ କି ଲଷ୍ମୀଙ୍କ ଆବାସସ୍ଥାନ,

କେତେ ଗାଆଁଗଣ୍ଡା ସହର ହସୁଛି

    ବଢ଼ାଇ ସର୍ବଦା ଦେଶର ମାନ।


Rate this content
Log in

Similar oriya poem from Abstract