STORYMIRROR

Pranati Mahapatra

Action Inspirational

4  

Pranati Mahapatra

Action Inspirational

ଆଲୋକ

ଆଲୋକ

1 min
196


ବଡ଼ ଅସହ୍ୟ ଲାଗୁଛି ନା ଏ ସମୟ

ଆହୁରି ଅସହ୍ୟ ଏ ରଙ୍ଗମଖା ମଣିଷ

ଭାବଭଙ୍ଗୀମା ଅନ୍ତରଙ୍ଗ ଆପଣାର 

ଏ ସୁରକ୍ଷା ଖୋଳପା !

ଅମୃତକୁମ୍ଭ ଯେ ଏତେ ବିଷାକ୍ତ

ଆବରଣ ଛଳନାର ଅଭିନୟ ରକ୍ତର

ଝିଲିମିଲି ପୋଷାକର ଅନ୍ତରାଳେ

କଦାକାର ବିଭତ୍ସ ଚରିତ୍ର।


ଲାଜ ଢାଙ୍କିବାକୁ କନା ଖଣ୍ଡେ ଲୋଡା

ବଞ୍ଚିବାକୁ ଗଣ୍ଡେ ଦାନା

ଖରା ବର୍ଷା ପାଇଁ

ମଥା ଉପରେ ଛାଇ ଟିକେ ...


ଶୁଣ ମାନୀ ଦୁର୍ଯ୍ୟୋଧନ,

ରକ୍ତପାତେ ନିହତ ଶହଶହ ଜୀବ

ଲାଲ ରଙ୍ଗେ ରଙ୍ଗାୟିତ ଏ ନଦୀ

ହେଉନାହିଁ ବ୍ୟଥିତ କି ପ୍ରାଣ।


ମାନ ସମ୍ମାନ ତ ଯିବେନି ସାଥିରେ

ରିକ୍ତ ହସ୍ତେ ବାହୁଡିବି ଘର,

ବୃଥା କିମ୍ପା ସମ୍ପର୍କରେ ଭଟ୍ଟା

ନା କାଲି ଥିଲା ମୋର ଲୋଭ 

ନା ଅଛି ଆଜି !

ଇଛା ଖାଲି କରିବାକୁ କିଞ୍ଚିତ କର୍ତ୍ତବ୍ୟ

ମହତରୁ ମହତ୍ତମ କରିବା ସୁଯୋଗ

ମାନବରୁ ଦେବତ୍ଵର ପ୍ରୟାସ ମାତ୍ର।

ଆସ ମାନୀ ଦୁର୍ଯ୍ୟୋଧନ

ଭୁଲି ଯାଅ ମାନ ଅଭିମାନ

ଦଳିଦିଅ ପାଦେ ତବ ଗର୍ବ ଅହଙ୍କାର

ମୁକ୍ତହୋଇ ମୁଖେ ହସ

ତୋଳିନିଅ ବାହୁରେ ତୁମର

ଆଲିଙ୍ଗନ କର ସଖା ବନ୍ଧୁ ରୂପେ

ନୀରବରେ କର ଆତ୍ମ ସମୀକ୍ଷା

ଜଗତ ଈଶ୍ୱର ପିତା ଆମେ ସନ୍ତାନ ତାଙ୍କର

ହଟିଯାଉ ଅନ୍ଧାର, ଶୁଭ୍ରାଲୋକେ ଧରଣୀ କି ସୁନ୍ଦର ।

ଦେଖ ଦିଶିଲାଣି ଅନ୍ଧାରରୁ ଆଲୋକ ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Action