STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଆଖି

ଆଖି

1 min
347


ଆଖିରେ ଆଖିଏ ଜ୍ୟୋତି ଭରିଛନ୍ତି

ସ୍ଵୟଂ ପ୍ରଭୁ ଜଗନ୍ନାଥ

ସେ ଜ୍ୟୋତିରେ ଆମେ ଦେଖୁଥିବା ସଦା

ସୁନ୍ଦରତା ଏ ସୃଷ୍ଟିର ।


ଆଖିରେ ଆଖିଏ ଜ୍ୟୋତି ଦେଇଛନ୍ତି

ଏ ସଂସାରେ ବାଣ୍ଟୁଥିବା

ସେ ଜ୍ୟୋତିକୁ ନେଇ ଅନ୍ଧାରି ମନରେ

ଆଲୋକ ବରଷି ଯିବା ।


ସେ ଆଖି ଜ୍ୟୋତିରେ ଖୋଜୁଥିବା ଆମେ

ଅସହାୟ ମଣିଷକୁ

ସେ ଆଖି ଜ୍ୟୋତିର ଆଲୋକ ବର୍ଷାରେ 

ଭିଜାଉଥିବା ଧରାକୁ ।


Rate this content
Log in

Similar oriya poem from Inspirational