STORYMIRROR

କଳ୍ପନା ରାୟ

Inspirational

3  

କଳ୍ପନା ରାୟ

Inspirational

ଆକାଶ

ଆକାଶ

1 min
247


ଆକାଶ, ତୁ କେତେ ବିଶାଳ

ଉଦାର, ମହାନ୍ ତୋ ଚରିତ

କାହାକୁ ସ୍ଥାନ ନ ଦେଉ ତୋ ବକ୍ଷରେ

ଘନ କଳାମେଘ ଠାରୁ ବିଜୁଳି

ଇନ୍ଦ୍ରଧନୁକୁ ଦେଖି ମନଉଠେ କୁରୁଳି


କେତେବେଳେ କେଉଁ ରୂପ ତୋର

ଶରତ ଆକାଶର ନିର୍ମଳତା

ଶ୍ରାବଣ ମାସରେ ନ ଥାଏ ତ

କେତେବେଳେ ପକ୍ଷୀ ତ କଳାଭୂତ

ତୋ ବକ୍ଷର ବିଶାଳତା ବର୍ଣ୍ଣନାତୀତ


ଆକାଶ ତୋ ଦେହର କିଏ ନ ଯାଏ

ରାବଣଠାରୁ ରାମ ପର୍ଯ୍ୟନ୍ତ ସମସ୍ତେ

ଋଷିଠାରୁ ଦାନବ ସମସ୍ତଙ୍କୁ ଆଶ୍ରୟ

ଆଗ୍ରହରେ କୋଳେଉ ଆଦର ସହ

ସମସ୍ତଙ୍କ ମୁଣ୍ଡ ଏମୁଣ୍ଡରୁ ସେମୁଣ୍ଡ


ଆକାଶ, ତୁ ଦର୍ଶକ ସବୁ ପାପପୁଣ୍ୟର

ସ୍ୱର୍ଗ ତୋ ଉପରେ କି କଣ ତୁ ଜାଣୁ କେବଳ

ମର୍ତ୍ତ୍ୟର ପ୍ରତ୍ୟକ୍ଷଦର୍ଶୀ ତୁ ହିଁ ଏକାକୀ

ତୁ ପ୍ରତାରଣା ଦେଖୁ ପ୍ରେମ ବି

ତୁମଵିନା ଚଳିପାରିଵେନି ମଣିଷ ପଶୁପକ୍ଷୀ


ତୁମକୁ ଦେଖି ବିଶାଳ ହୁଏ ହୃଦୟ

ମନ ହୁଏ ସ୍ଥିର ଆଉ ସ୍ଵପ୍ନମୟ

ସୀତାଙ୍କୁ ଯାଇଥିଲେ ତୋ ପଥରେ

ତପସ୍ୟା ପଥଥିଲା ଅର୍ଜୁନଙ୍କର

ତୁ ନ ଥିଲେ ନ ଥାନ୍ତା କାହାରି ଜୀବନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Inspirational