ଆକାଶ
ଆକାଶ
ଦିଗନ୍ତ ବିସ୍ତାରି ରହିଅଛୁ ତୁ
ଦିଶୁ କେଡେ ମନୋହର,
ଯେତେ ଦେଖୁଥିଲେ ଆଖି ଫେରେନିି
ଧନ୍ୟ ତୋର ରୂପ ସମ୍ଭାର ।
ଅନିନ୍ଦ୍ୟ ସୁନ୍ଦର ତୋ ନୀଳ ବକ୍ଷ
ମନ ଟାଣି ନେଇ ଯାଏ,
ତୋର ସେହି ମହାଶୂନ୍ୟତା ମଧ୍ୟେ
ହଜିବାକୁ ଇଚ୍ଛା ହୁଏ ।
ପ୍ରକୃତିର ତୁହି ବିଚତ୍ର ସୃଷ୍ଟିି
ମହାଶୂନ୍ୟେ ରହିଅଛୁୁ,
ଅପୂରୂପ ଶୋଭା ସମ୍ଭାରରେ ତୁ
ସଂସାରକୁ ବାନ୍ଧିିଅଛୁ ।
କେତେ ଯେ ନକ୍ଷତ୍ର ଶୋଭା ପାଆନ୍ତି
ତୋ ନୀଳ ବକ୍ଷରେ ରହି,
ଜହ୍ନ ସାଥେ ତୋ ମନଲୋଭା ରୂପ
ଚିତ୍ତକୁ ନିିଅଇ ହରି ।
ଧରାରୁ ରହିଛୁ କେତେ ଯେ ଦୂରେ
କିଏ ବା ପାରିବ ମାପି,
କେ ଅବା ଜାଣେ ରହିଅଛୁୁ ତୁହି
କେତେ ଦୂର ଯାଏଁ ବ୍ୟାପି ।
ଜହ୍ନ, ତାରା ମେଳେ ରଜନୀରେ ତୂ
ଦିଶୁ କେଡେ ଶୋଭାମୟ,
ଯେତେ ଦେଖୁଥିଲେ ମନ ବୁଝେ ନି
ଫେରେ ନାହିଁଁ ଜମା ଲୟ ।
ନିଃସ୍ୱାର୍ଥ ମନରେ ରହିଛୁ ତୁୁୁହି
ବକ୍ଷକୁ ବିସ୍ତାରି ତୋର,
ଧଳା ମେଘ ଖଣ୍ଡ ମଧ୍ୟରେ ରହି
ଲାଗୁ କେତେ ମନୋହର ।
ତୋ ଶରୀର ମଧ୍ୟେ ଇନ୍ଦ୍ରଧନୁ ଟେ
ଯେବେ ଟାଣି ହେଇଯାଏ,
ସପ୍ତ ରଙ୍ଗର ପସରା ମେଳରେ
ମନକୁ ଯେ ଟାଣିି ନିିିଏ ।
ତତେ ଚାହିିଁଁଲେ ମନେ ସୃଷ୍ଟିି ହୁଏ
ଏଣୁ ତେଣୁ କେତେ କଥା,
ତୋ ସାଥେ ଟିିକେ କଥା ହେଇ ଦେଲେ
ମନୁ ଚାଲି ଯାଏ ବ୍ୟଥା ।
