STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

ଆକାଶ (ଓଡିଆ କବିତା)

ଆକାଶ (ଓଡିଆ କବିତା)

1 min
291


ଶୂନ୍ୟ ଶୂନ୍ୟ ମହାଶୂନ୍ୟ 

ଅସୀମତାରେ ବ୍ୟାପ୍ତ, 

ସୃଷ୍ଟିର ସକଳ ଶକ୍ତି ଆଧାରକୁ 

ତା' ବକ୍ଷେ ଧରି 

ରହିଛି ସର୍ବଦା ଜାଗ୍ରତ। 

ସେ ଆକାଶ ଅନାଦି ଅନନ୍ତ 

ନୀଳ ନୀଳିମାମୟ, 

ସବୁରି ଉର୍ଦ୍ଧେ ରହି ଚିର ଶାନ୍ତ 

ପ୍ରକୃତିର ଭାରସାମ୍ୟ ରଖିବାକୁ 

କରେ ବିକାଶ ବିଲୟ। 

ପଞ୍ଚ ଭୂତ ମଧ୍ୟେ ଶ୍ରେଷ୍ଠ 

କୋଳେ ଧରି ସୂର୍ଯ୍ୟ ଚନ୍ଦ୍ର 

ଅସଂଖ୍ୟ ନକ୍ଷତ୍ର ଗ୍ରହ ଉପଗ୍ରହ 

ଆଲୋକ ପ୍ରକାଶେ ଦିବାରଜନୀ, 

ବକ୍ଷରୁ ତାର ବର୍ଷା ଝରି 

ମେଦିନୀରେ ଭରିଯାଏ ସବୁଜିମା 

ଶ୍ୟାମଳ ତରୁଲତାର ବନାନୀ। 

ସେ ଆକାଶ ନମ୍ର ଉଦାର 

ସଦା ଗୁରୁ ଗମ୍ଭୀର, 

ବସୁଧାରେ ସୁଧା ଢାଳୁଥାଏ 

ଜୀବ ଜଗତ ପାଇଁ ନିରନ୍ତର। 

ପ୍ରକୃତିର ନୀତି ନିୟମରେ 

ହେଲେ କିଛି ବ୍ୟତିକ୍ରମ

ଧରି ଉଗ୍ର ରୂପ କରେ ପ୍ରଳୟ, 

ନେଇ ଆସେ ଝଡ ତୋଫାନ 

ଘଡଘଡି ବିଜୁଳିର ଗର୍ଜନେ 

ବିଦୀର୍ଣ୍ଣ କରି ଦିଏ ହୃଦୟ। 

ସେ ଆକାଶ ପ୍ରକାଶମାନଙ୍କ ଉତ୍ସ 

ଉତ୍ସର୍ଗୀକୃତ ତାର ଆଦର୍ଶ, 

ହୋଇ ବି ଶ୍ରେଷ୍ଠତମ

ନାହିଁ ଗର୍ବ ଅହଙ୍କାରର ଲେସ ମାତ୍ର 

ସଦା ସର୍ବଦା ନିରପେକ୍ଷ 

ସେ ଆକାଶ... ସେ ଆକାଶ। 

   ***  ***  ***




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics