STORYMIRROR

Shashanka sekhar Ray

Inspirational Others

3  

Shashanka sekhar Ray

Inspirational Others

ଆଜିର ସାଧବାଣୀ

ଆଜିର ସାଧବାଣୀ

1 min
27.3K


କାହିଁ ସେ ସାଧବାଣୀ

ଯିଏ ହାତେ ଲମ୍ଵର ଓଢ଼ଣୀ ଟାଣି

ଲାଜୁଆ ଚାହାଁଣିରେ ଶୁଭ ମନାସୀ

ଶଙ୍ଖ ହୁଳହୁଳି ଶବ୍ଦେ ପଖାଳୁଥିଲା

ବୋଇତର ମଙ୍ଗ ନାରିକେଳ ଜଳେ ।

ଦୀପଟିଏ ଜାଳୁଥିଲା

ସ୍ଵାମୀର ଦୀର୍ଘ ଆୟୁଷ ପାଇଁ

ମା ମଙ୍ଗଳାଙ୍କୁ ସୁମରୀ

ଛାତିରେ ଅତଡା ଖାଉଥିଲା

ନୀଳ ସାଗରର କେତେ କେତେ ଲହରୀ

ସବୁ ଚାପି ଗର୍ବେ ଫୁଲୁଥିଲା

ନିଜକୁ ଓଡିଆଣୀଟିଏ କହିକହି ।

ନିଜ ରତ୍ନକୁ ଦରିଆ ମଝିରେ

ବନ୍ଧା ପକାଇ ଜାତି ପାଇଁ

ରାତି ଅଧେ ଦୁଃସ୍ଵପ୍ନେ ଭାଙ୍ଗିଯାଉଥିଲା

କେବେ କେବେ ନିଜ ହାତର ଚୁଡି

ରାଜ ପଲଙ୍କେ ଏକା ଏକା

କେତେ କେତେ ରାତି ଉଜାଗରେ

ଚାହିଁ ରହେ ସ୍ଵାମୀର ଫେରିବା ବାଟକୁ

ଦିନ ପରେ ଦିନ ଗଣି

ଅଳସ ଭାଙ୍ଗୁଥାଏ ଯୌବନ ଅଜଗର ପରି ।

ତ୍ୟାଗର ତେଲେ ସତୀତ୍ଵର ବଳିତାରେ

ଜଳୁଥିଲା ନିଜେ ଦୀପଟିଏ ହୋଇ

ଯଶ ବିଭବର ଆଲୋକେ

ଦୂରିଭୂତ କରିବାକୁ ଆପ୍ରାଣ ପ୍ରଚେଷ୍ଟା

ଜାତିର ଦାରିଦ୍ର୍ୟ ଅନ୍ଧକାର ।

ଭୟ କୋହ ଯନ୍ତ୍ରଣା ଅପେକ୍ଷାର ଓଢଣୀ ତଳେ

ଲୁହଭିଜା ଢଳଢଳ ଆଖି

ଡେଇଁ ଯାଉଥିଲା ଜାଭା ସୁମିତ୍ରା ବାଲିଦ୍ଵୀପ

ସାଉଁଟି ଆଣୁଥିଲା ଶାମୁକା

ଚାବିନେନ୍ଥା ପରି ଗଣ୍ଠି ପକାଉଥିଲା

ନିଜ ପଣତ କାନିରେ

ବିଚରା ସାଧବ ପୁଅଟିକୁ ।

ନାହାଁନ୍ତି ଆଜି ସେ ସାଧବାଣୀ

କାଳିଜାଇ ପରି ସମସ୍ତେ ବିଲୀନ

ପାରାଦ୍ଵୀପର ଗଭୀର ମୁହାଣେ

ପାଲଟଣା ବୋଇତ ଗଲାଣି ହଜି

ଥରାଉ ନାହିଁ ଛାତି ଆଉ

ସମୁଦ୍ରେ ଝଡ ତୋଫାନ

ସାଧବାଣୀ ଏଠି ବେଶ ଆରାମରେ ହସିହସି

ବଞ୍ଚିପାରୁଛି ସାଧବ ପୁଅର ବିରହେ

ସ୍ଵାର୍ଥର ରତ୍ନପଲଙ୍କେ ସେ

ଆଉ କାହାର ହୋଇ ।

ଶଶାଙ୍କ ଶେଖର ରାୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational