ଆଜିର ନାରୀ
ଆଜିର ନାରୀ
ଆଜିର ଦୁନିଆ ଚାଲିଛି ଅବାଟେ
ସଂସ୍କୃତି ଯାଉଛି ହଜି,
ପୁରୁଣା ଦିନର କଥା ସବୁ ଆଜି
ମଣିଷ ପାରେନା ହେଜି |
ନାରୀ ଭୁଲିଲାଣି ଜୀବନର ଶୈଳୀ
ସହରୀ ଚଳଣି ଦେଖି,
ମାଆ ପିନ୍ଧୁଥିବା ଶାଢ଼ୀ ପିନ୍ଧା ଆଉ
ଝିଅ ମନେ ନାହିଁ ଲାଖି |
ପିଲାଦିନେ ମାଆ ଶିକ୍ଷା ଦେଇଥିଲା
ରଖିବାକୁ ମୁଖେ ଲଜ୍ଜ୍ୟା,
ମମତା ମଧୁର ସେନେହ ଧାରାରେ
ବୋହୂ ଭାବେ ହେବ ସଜ୍ଜା |
ଆଜିର ଶିକ୍ଷାରେ ନାହିଁ ମାନବତା
କେମିତି ଶିଖିବେ ପିଲେ,
ଆଧୁନିକତାର ପ୍ରଲୋଭନେ ପଡି
ନାରୀ ନିତି ବାଟ ଭୁଲେ |
ଯେତେବେଳେ ଆସେ କୈଶୋର ର ମାୟା
ମନ ତ ଚହଲା ହୁଏ,
ଅତୀତରେ କିନ୍ତୁ ସମାଜର ଭୟ
ଉଚ୍ଛନ୍ନତା ଚାପି ଥାଏ |
ଝିଅଟିଏ ଦିନେ ପିନ୍ଧୁଥିଲା ବାସ
ରଖୁଥିଲା ତାର ମାନ,
ଆଜିର ପୋଷାକ ଚିରା ଚିରା ପରି
କରିଥାଏ ଅର୍ଦ୍ଧ ନଗ୍ନ |
ଆଚାର ବିଚାର ବଦଳି ଗଲାଣି
ବ୍ୟବହାର ତିକ୍ତ ଲାଗେ,
ନାହିଁ ସେଦିନର କୋମଳ ମଧୁର
ଭାଷା ସହ ହସ ଆଗେ |
ଏଥିପାଇଁ ଦାୟୀ ନୁହେଁ ଝିଅଟିଏ
ଦାୟୀ ଆମରି ସମାଜ,
ମଣିଷ ପଣିଆ ହଜାଇ ଦେଲାଣି
ସ୍ୱାର୍ଥ ପାଇଁ ସାଜେ ବାଜ |
ଯେଉଁ ନାରୀ ଦିନେ ସହନଶୀଳା ରେ
ଥିଲା ଧରିତ୍ରୀର ସମ,
ଆଜି ମନେ ତାର ଭରା ଅହମିକା
ଯାହା ଜୀବନର ଭ୍ରମ |