STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଆଜିର ଖବର

ଆଜିର ଖବର

1 min
302


ପାଣିଚିଆ ସଜବାଜ

ବୀତସ୍ପୃହ ମନେ ନାହିଁ 

ସେତେଟା ସରାଗ

ମୁହଁ ଶୁଖାଇ ବସି ରହିଛି

ନିପଟ ଗାଉଁଲୀ ଝିଅ 

ନିରିମାଖୀ ନାଁଟି ତା ରଜ,

ଲାଗେ ତାକୁ ଜର ଜର

ବାରମ୍ବାର ପଡଇ ବେମାର

କିଏ ବା ତା ରଖୁଛି ଖବର ।


ଅସହ୍ଯ ଗ୍ରୀଷମ ତାପ

ପ୍ରବଳ ବି ଗୁଳୁଗୁଳି, ଝଞ୍ଜା ଓ ବତାସ

ଜୀବନର ଚଲାପଥ କଣ୍ଟକିତ

ଅବଲୁପ୍ତ ସବୁଜିମା ଅମୃତ ନିର୍ଯ୍ୟାସ 

ଚାଲିଚାଲି ଅଲିଅଳୀ ବିବଶ ଅବଶ

ତରକାହିଁ ହଲିଝୁଲି ଖେଳିବ ସେ

ପୁଚି ରଜଦୋଳି

ଫୁରୁସତେ କରିବ ଅୟସ ।


ବରଷୁନି ଝରଝର ମେଘ

ନିର୍ନିମେଷ ଦୁଇ ଆଖି

ଚାତକ ପକ୍ଷୀଟି ପ୍ରାୟ

ଏକଲୟେ ରହିଛି ଅନାଇଁ

ମେଣ୍ଟୁନାହିଁ ଜୀବନର ଶୋଷ,

ଅବସନ୍ନ ଦେହ

କ୍ଷୀଣ ମନ ଶୁଷ୍କ ଓ ନିରସ

ଢଳିଯାଏ ଅକାରଣ

ରଜର ବୟସ ।


Rate this content
Log in

Similar oriya poem from Tragedy