STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ଆଜି ସେ ଚାମଚ ବନ୍ଧା

ଆଜି ସେ ଚାମଚ ବନ୍ଧା

1 min
11.8K


ଯେଉଁ ଚାମଚରେ ଖାଉଥିଲା ସିଏ

ବଜାର ହାଟର ଫାଷ୍ଟଫୁଡ଼

ଦଉଡିରେ ସେ ତ ବନ୍ଧାହୋଇଛନ୍ତି

ମନ ଦୁଃଖେ ଛାତି ଧଡ ଧଡ଼।


କେତେ ଓଠକୁ ସେ ଗେହ୍ଲ କରୁଥିଲା

ନ ମାନି ଛୁଆଁ ଅଛୁଆଁ

ଆଜି ଏ ସମୟେ ଅଛୁଆଁ ସାଜିଛି

ଧନ୍ୟ ଆଜିର ଦୁନିଆଁ।


ଆଜି ସେ ପିନ୍ଧୁନି ରଙ୍ଗ ବେରଙ୍ଗର

ନାଲି ଧଳା ଖାଦ୍ୟ ପୋଷାକ

ଘରେ ମଇଳାରେ କଳଙ୍କି ଲାଗିଲା

କାହାର ହେଉନି ପୋଷକ।


ଘରେ ବନ୍ଦୀ ହୋଇ ରହିଛି ବୋଲି ତ

ଶୁଖି ଯାଇଛି ତା ଦେହ

ଆଖି ବୁଜି ଶୋଇ ଦିନ ଗଣୁଅଛି

(କେବେ) ଛୁଇଁବ ତା ସାଥି ମୁହଁ।


ମା',ଗୃହିଣୀଙ୍କ ଶରଧାରେ ସିଏ 

ରହିଥିଲା କେତେ ଯତନରେ

ଲୁଣ ଡବା କିବା ମସଲା ଡ଼ବାରେ 

ରହି ଲାଗୁଥିଲା ରୋଷେଇରେ।


ଆଜି ଦୁଃସମୟେ ମା'ର ଚାମଚ

ଲୁଣ ମସଲାର ଛୁଆଁ

ଫେରେଇ ଆଣିଛି ସେନେହ ପ୍ରେମକୁ

ଅସଲ ରନ୍ଧାର ନାଆଁ।


ତୁଳନା କରୁଛି ଆଜି ଏ ମଣିଷ

ସେ ଚାମଚ ଏ ଚାମଚ

ଧିକ୍କାର କରୁଛି ତା ପୂର୍ବ ଚୟନ

ଜ୍ଞାନେ ବାଣ୍ଟୁଛି ଚମକ।


ଭୁଲିଯାଅ ସର୍ବେ ଫୁଟୁପାଥ ହାଟ

(ସେ) ଦୂଷିତ ଚାମଚ ଖାଦ୍ୟ

ଘରର ବିଶୁଦ୍ଧ ଜିନିଷ ରନ୍ଧାରେ

(ଏ) ଚାମଚ ବଜାଏ ବାଦ୍ୟ।


ଭୁଲିଛି ମଣିଷ ଚାଅମିନି ଚାଟ୍

ସେ ଅଛୁଆଁ ଚାମଚ ଛୁଆଁ

ଘର ଚାମଚରେ ଲଙ୍କା ହଳଦୀରେ 

ମାଆ ରନ୍ଧା ଲାଗେ ନୂଆ ।


ମା ବୋହୁ ଝିଅ ଘର ଲଙ୍କା ଲୁଣ

ମିଳିତ ସେନେହ ରନ୍ଧା

ମନେ ପକାଉଛି ଅତୀତ ସଂସ୍କୃତି

ଆଜି ସେ ଚାମଚ ବନ୍ଧା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational