STORYMIRROR

DHARITRI SAHU

Classics

4  

DHARITRI SAHU

Classics

ଆଜି ସାଧାରଣତନ୍ତ୍ର ଦିବସେ"

ଆଜି ସାଧାରଣତନ୍ତ୍ର ଦିବସେ"

1 min
426

ସୁନ୍ଦର ଏହି ପୃଥିବୀ ମୋର

ସୁନାର ଦେଶ ଭାରତ ମୋର।


ଯା କୋଳେ ମୁଁହି ଜନମ ନେଲି

ଶିକ୍ଷିତ ହୋଇ ବଡ ହୋଇଲି।


ଯା ଆଖିରେ ମୁଁ ସ୍ବପ୍ନ ଦେଖିଲି

ଦୁନିଆ କଣ ଚିହ୍ନି ପାରିଲି।


ସେହି ମୋ ଦେଶ ଭାରତ ବର୍ଷ

ସ୍ବର୍ଣ୍ଣପ୍ରସୁ ସେ ସଦା ଉତ୍କର୍ଷ।


ମୋ ମା" ଠାରୁ ବଡ଼ ସେ ମାଆ"

ତାହାରି ଯଶ ସର୍ବଦା ଗାଆ।


ତା କୋଳେ ଯେତେ ସନ୍ତାନ ଆମେ

ଗୋଟିଏ ରକ୍ତେ କେ ନୋହୁଁ ଭିନ୍ନେ।


ଏକତା ଆମ ସମ୍ପତି ଶ୍ରେଷ୍ଠ

ତ୍ୟାଗ ବଳିଦାନେ ସଭିଏଁ ଏକ।


ମା ପାଇଁ ଆମେ ଜୀବନ ଦେବା

ଦେଶ ର ସୁରକ୍ଷା ପ୍ରହରୀ ହେବା।


ଭେଦା ଭେଦ ମନୁ ବାହାର କରି

ସଭିଏଁ ଜାତୀୟ ପତାକା ଧରି।


ସାଧାରଣତନ୍ତ୍ର ଦିବସେ ଆଜି

କରିବା ପ୍ରତିଜ୍ଞା ଆଳସ୍ୟ ତେଜି।


କଳି କରିବାନି ନିଜ ଭିତରେ

ପାପ ଧୋଇ ଦେବା ଆଖିର ନୀରେ।


ଯାହା ହୋଇଗଲା ମନରୁ ପୋଛି

ସଦ୍ଭାବନା, ପ୍ରେମ ପ୍ରିତି କୁ ବିଞ୍ଚି।


ପଡୋଶୀ ର ଦୁଃଖ ସୁଖ ବୁଝିବା

ସେଇଠୁ ଚରିତ୍ର ଯେ ସଂସ୍କାରିବା।


ଭାରତ ସଂସ୍କୃତି ଯାହା ଶିଖାଏ

ଭୁଲି ଯାଇଛନ୍ତି ତାହାରି ପୋଏ।


ନିଜ ଭାଇ ରକ୍ତେ ହୋଲି ଖେଳନ୍ତି

ଜନ୍ମଦାତା କୁ ବି ସେ ନ ଚିହ୍ନନ୍ତି।


ନିଜ ସ୍ବାର୍ଥେ ମଜ୍ଜି ଜୀବନ ସାରା

ଦିବସ ମନାନ୍ତି ଖୁସିରେ ପରା।


ଭାଷଣ ବାଜିରେ ସବୁ ଅଟକେ

ବନ୍ଦେ ମାତରଂ ତଣ୍ଟି ରେ ରୋକେ।


ସବୁ ଦପ୍ତର କୁ ଛୁଟି ଯେ କରି

ପତାକା ଉଡେଇ କାମ ଦିଅନ୍ତି ସାରି।


ଘରେ ବସି ଚିନ୍ତା ଗୋଟିଏ ତାଙ୍କ

କାହାଠୁ କାଲି ସେ ନେବେ ଯେ ଲାଞ୍ଚ।


କାହାର ସମ୍ପତି ହଡ଼ପ କରି

ମଦ ମାଂସ ଖାଇ ପରସ୍ତ୍ରୀ ଚୋରି।


କରିବା ଯୋଜନା ଚାଲୁ ଯେ ଥାଏ

ଭାରତମାତା କି ଜୟ ସ୍ଲୋଗାନ ଦିଏ।


ଏଡ଼େ ଅଲାଜୁକ ଆମେ ହେଲେଣି

ମାନବିକତା ବିକ୍ରି କରିଦେଲେଣି।


ନେତା ମନ୍ତ୍ରୀ ଆମ ଆଖିରେ ବଡ଼

ତାଙ୍କ ଜୟଗାନେ ଦିନଟା ସାର।


ଦେଶ ର ମୂଲ୍ୟ କୁ ବିକ୍ରି କରିଣ

ମଦ ଖାଇ ହେଲୁ ଯେ ଚେତା ଶୂନ୍ୟ।


ମୁଁ ମୁଁ ମୁଁ, ମୁଁ ଖାଇଗଲା ଅସ୍ତିତ୍ବ ଆମ,

ମୁଁ ଛଡ଼ା କିଛି ଦିଶୁନାହିଁ ଏଠି ମୁଁ ଯେ ଅହଂ।


କେତେ ଦିନ ଆଉ ଖେଳୁଥିବୁ ଛକି ଶୁନର ଖେଳ,

କାନ୍ଦୁଛି ଭାରତ ଜନନୀ ଦେଖ ବେଳ ହେଲା ପ୍ରବଳ।


 ଆଜିର ଏ ସାଧାରଣତନ୍ତ୍ର ଦିବସେ,

 ସପଥ ନିଅରେ ସୁଧରିଯିବା ପାଇଁ ସହଜେ।


 ଏ ଦିନର ମାନ ମହତ ରକ୍ଷା କରିବାପାଇଁ,

 ଆଗେଇ ଆସରେ ସନ୍ତାନେ ଆଉ ନରୁହ ଶୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics