STORYMIRROR

Kali Kumar

Abstract Classics Inspirational

3  

Kali Kumar

Abstract Classics Inspirational

ଆଜି ପୁଣି ଦେଖିଛି

ଆଜି ପୁଣି ଦେଖିଛି

1 min
217

ଆଜି ପୁଣି ଦେଖିଛି

ଭଗବାନଙ୍କୁ ଅପମାନିତ ହେବାର

ଯଶ ଖ୍ୟାତି ତାଙ୍କ ନାଶ ଯିବାର

ଧର୍ମ ନାମରେ ଔପଚାରିକତା ବାଣ୍ଟିବାର

ଆଜି ପୁଣି ଦେଖିଛି

ଭଗବାନଙ୍କୁ ଅପମାନିତ ହେବାର ।।


ହେ ମୂର୍ଖ ! 

କିଆଁ ତୋର ମନେ ପଡ଼େ ନାହିଁ

ଧୃତରାଷ୍ଟ୍ରଙ୍କ ଶାନ୍ତି ଦରବାର

ଅଭିମାନୀ, ଅହଙ୍କାରୀ ଧୃତରାଷ୍ଟ୍ରୀର 

ଧୃତ ଆସ୍ଫାଳନା, ଦୁଷ୍ଟ ଦାମ୍ଭିକତାର

ବୃଥା ଆତ୍ମବଡ଼ିମାର, ମିଛ ହୁଙ୍କାର ନାଦର

ହେ ମୂର୍ଖ ! 

କିଆଁ ତୋର ମନେ ପଡ଼େ ନାହିଁ

ଧୃତରାଷ୍ଟ୍ରଙ୍କ ଶାନ୍ତି ଦରବାର ।।


ପ୍ରବଳ ପ୍ରତାପି ଅହଙ୍କାରୀ ଦୁଷ୍ଟ ଧୃତରାଷ୍ଟ୍ରୀ

ବାନ୍ଧିବାକୁ ଚାଲିଥିଲା ସର୍ବବ୍ୟାପୀଙ୍କୁ

ନେଇ ସୁଦୀର୍ଘ ସୁଶକ୍ତ ଲୌହ ଶିକୁଳି

ଚୁନା ହେଲା ଦମ୍ଭ, ଭାଙ୍ଗିଗଲା ଗର୍ବ

ଦର୍ଶନେ, ବିଶାଳ ବିରାଟ ସର୍ବବିଧ ରୂପ

ଥର ଥର କମ୍ପି ଉଠିଲା ଭୁବନ,

କାଳର ରୂପ ନେଲା ଗଗନ,

ଭଗବାନଙ୍କ ବଢ଼ିଲା ଯେ କୋପ ।।


ଆଜି କିଆଁ ପ୍ରୟାସ କରୁଛୁ ବାନ୍ଧିବାକୁ

ସର୍ବବ୍ୟାପୀଙ୍କୁ ମନ୍ଦିର ଭିତରେ

କହ କହ ଗର୍ବୀ କହ ତୁ ଥରେ

ସର୍ବବ୍ୟାପିଙ୍କୁ କଣ କେହି 

ଏକ ସୀମାରେ ବାନ୍ଧି କି ପାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract