STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଆଜି ପରା ଜନ୍ମଦିନ ନାତିର

ଆଜି ପରା ଜନ୍ମଦିନ ନାତିର

1 min
403



         (ରାଗ:- ଶାରଙ୍ଗ)


ହରେ କୃଷ୍ଣ ରାମ ନାମ ଗୁଞ୍ଜୁଛି ରାଷ୍ଟ୍ରରେ


କୀର୍ତ୍ତି ପ୍ରେମପ୍ରୀତି ରାବ ବ୍ରହ୍ମାଣ୍ଡ ଭିତରେ


     ଜନ୍ମଦିନ ପରା ନାତିର


କରୁଣା କରିବେ ତାକୁ ଜଗତ ଈଶ୍ୱର   !!


ମାସ ଦିସେମ୍ବର ଅଟେ ତିଥି ଅଠାଇଶି 


ବନ୍ଧୁ କୁଟୁମ୍ବ ମଧ୍ୟେ ଖୁସି ଯେ ଖୁସି


     ପରା ଜନ୍ମଦିନ ଆସିଛି


ଆଶୀର୍ବାଦ ଶୁଭକାମନା ତାକୁ ମିଳୁଛି    !!


ତୁ ଜଗା କାଳିଆ ତା'ରେ ମଙ୍ଗଳ କରିବୁ


ସବୁ ଜୀ

ବନର ସୁଖ ନାତିକୁ ମୋ ଦେବୁ


   ହାର୍ଦ୍ଦିକ ଶୁଭେଚ୍ଛା ମୋହର 


କରିବେ କରୁଣା ତାକୁ ଜଗତ ଈଶ୍ୱର।   !!


ପ୍ରଭୁ ଜଗନ୍ନାଥ ତୁମେ କରୁଣା ହେ କର


କୀର୍ତ୍ତି ଓ ସମ୍ମାନ ମିଳୁ ନାତିକୁ ଆମର 


     ଜ୍ଞାନ ଧନୁର୍ବାଣ ହସ୍ତରେ 


ହୋଇ ଥାଉ ଠିଆ ସଦା କର୍ତ୍ତବ୍ୟ ପଥରେ !!


ଶିକ୍ଷାରେ ନିପୂଣ ପ୍ରଭୁ ନାତିକୁ କରିବୁ


ରାଷ୍ଟ୍ର ଭକ୍ତି ପ୍ରୀତି ଶିକ୍ଷା ଅନ୍ତରେ ଭରିବୁ


     ସୁନାମ ସେ କରୁ ଅର୍ଜନ


ଭରି ଦେଉ ଗୃହେ ନାତି ମାନ ଓ ସମ୍ମାନ  !!




Rate this content
Log in

Similar oriya poem from Abstract