STORYMIRROR

BULU BEHERA

Inspirational Children

3  

BULU BEHERA

Inspirational Children

ଆଜି ପରା ଗୁରୁଦିବସ

ଆଜି ପରା ଗୁରୁଦିବସ

1 min
189

ଦିବସ ଭିତରେ ଦିବସ

     ଆଜି ପରା ଗୁରୁ ଦିବସ,

ଆସ ଭାଇ ଆସ ଭଉଣୀ

     ପୂଜିବା ଗୁରୁଜୀଙ୍କୁ ଆସ l(0)


ଗୁରୁ ପରା ଆମ ଦେବତା

     ଗୁରୁ ଆମର  ବିଦ୍ୟାଦାତା,

ତାଙ୍କୁ ସେବି ଆମେ ଭକ୍ତିରେ

     ହେଵା  ସବୁ ଜଗତଜିତା l

ଏ ଜୀବନ  ହେବରେ ଧନ୍ୟ

     ପାଇଲେ  ତାଙ୍କରି ଆଶୀଷ l (1)


ଏକଲବ୍ୟ, ଆରୁଣୀ ପରି

      ହୃଦୟେ  ଗୁରୁଙ୍କୁ ସୁମରି,

ଆମେ ହେଵା ଗୁରୁଙ୍କ ଭକ୍ତ

      ଉପମନ୍ୟୁ, ଶିବାଜୀ ପରି  l

ଆଜି ଠାରୁ କର ଶପଥ

      ହେଵା ପାଇଁରେ ସୁମଣିଷ l(2)


ସେପ୍ଟେମ୍ବର ପାଞ୍ଚ ତାରିଖ

       ସବୁ  ଶୁଣି  ମନରେ ରଖ,,

ରାଧାକ୍ରିଷ୍ଣାନଙ୍କ  ଜନମ

        ଭରିଦିଏ ହୃଦୟେ  ସୁଖ  l

ସୁପଥର  ହେଵା ପଥିକ

        ମାନିଲେ  ତାଙ୍କ  ଉପଦେଶ l(3)


Rate this content
Log in

Similar oriya poem from Inspirational