STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଆଜି ମାଣବସା ମାଆଙ୍କର

ଆଜି ମାଣବସା ମାଆଙ୍କର

1 min
138


ମାର୍ଗଶୀରମାସ ଆଜି ଶୁଭ ଗୁରୁବାର l

ପୁଣ୍ୟପରବ ପଡ଼ିଲା ପଡ଼ିଦାତ୍ରୀଙ୍କର ll

ଶଙ୍ଖ ନାଦେ କୂଳ ବଧୁଙ୍କର ହୁଳହୁଳି l

ଉତ୍କଳର ପୂରପଲ୍ଲୀ ପଡ଼ୁଛି ଉଛୁଳି ll

କୂଳବଧୂ ସର୍ବେ ଆଜ ପ୍ରଭାତରୁ ଉଠି l

ପକାଇଅଛନ୍ତି ଲକ୍ଷ୍ମୀପାଦ ଚିତାଝୋଟି ll

ଧାନକେଣ୍ଡା ମେଣ୍ଟାକରି ଖଟୁଲି ସଜାଇ l

ମାଆ ଲକ୍ଷ୍ମୀଙ୍କର ବାଟ ବସିଛନ୍ତି ଚାହିଁ ll 

ପୁଜାଘେନି ଯିବେ ଆସି ଅତି ଦୟାବତୀ l

 ନମଃ ମହାଲକ୍ଷ୍ମୀ ତାଙ୍କ ସାଗରୁ ଉତ୍ପତ୍ତି ll

ଦାସୀ ପରିବାରି ସାଥେ ସୁନାର ସବାରି l

    ଚଢ଼ି ସଜହୋଇଲେଣି ଶ୍ରୀକ୍ଷେତ୍ରର ଶିରି ll

ବିଜୟହୋଇବେ ମାଆ ଭକ୍ତଙ୍କର ପୁରେ l

     ଜଗନ୍ନାଥ ବଳରାମ ଆଜ୍ଞା ଦ୍ୟନ୍ତି ଡରେ ll

ଧନ୍ୟ ଧନ୍ୟ ବଳରାମ ଶ୍ରୀଲକ୍ଷ୍ମୀଙ୍କ ଦାସ l

     ମାଆଙ୍କ ମହିମା କଲ ପୁରାଣେ ପ୍ରକାଶ ll

ସେ ପୁରାଣୁ ଆଜି ମାଣ ବସା ମାଆଙ୍କର l

     ଅନନ୍ୟ ପର୍ବ ଗୋଟି ଏ ପୁଣ୍ୟ ଉତ୍କଳର ll

ଦୟାମୟୀ ଚଞ୍ଚଳା ମା' ବିଷ୍ଣୁ ପାଟରାଣୀ l

    ଶ୍ରୀକ୍ଷେତ୍ରରେ ବିରାଜନ୍ତି ବିଶ୍ୱ ଠାକୁରାଣୀ ll

ଜୟ ଜୟ ମହାଲକ୍ଷ୍ମୀ ଜୟ ମା' ପ୍ରଣମ୍ୟେ l

    ଅଧମ ଅଜ୍ଞାନ ମାଆ ତୋ ଚରଣେ ନମେ ll

            


Rate this content
Log in

Similar oriya poem from Inspirational