STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ଆଜି ବି ଚାଲିବା ଶିଖିନି

ଆଜି ବି ଚାଲିବା ଶିଖିନି

1 min
188

ତୋ ହାତ ଧରି ଚାଲି ଶିଖିଥିଲି

ଆଜି ହାତ ଛାଡ଼ି ଚାଲି ଶିଖୁଛି,

ଧାଇଁଥିଲି ଦୁରେ ଆନନ୍ଦ ବିହ୍ଵଳେ

ଏବେ ଝୁଣ୍ଟିପଡି ତୋତେ ଝୁରୁଛି। 


ଘୋର ଝଡ଼ି ବରଷାରେ 

ଭୟକରି ପାଦ ଯେବେ 

ନ ବଢାଏ ଆଗେ,

ଏବେବି ଶିଖିନି ଚାଲି 

କାଳେ ଖୁଣ୍ଟି ପଡିଯିବି 

ଜୀଵନ ପରାଗେ,

ମା ଆଖି ଖୋଲିଦେଲା

ପଡିଗଲା ଖରା

ବାଦଲ ମାନେ ସଲ୍ଲଜେ 

ଉଡ଼ିଗଲେ ବେଗେ। 


ମାଆ ତୋ ଭାବନା ଥାଏ 

ହୃଦୟକୁ ଏମିତି ଆବୋରି,

ଝୁଣ୍ଟିପଡ଼େ ବାଟେ ଯେବେ 

ତୋ ନାଁ ସ୍ୱତଃ ଆସେ 

ଓଠଧାରୁ ଝରି। 


ଆଜି ବି ଶିଖିନି ଚାଲି

ଯାତ୍ରାପଥ ପୁଷ୍ପ-କଣ୍ଟାମୟ,

ଅନାବିଳ ଆଶିଷେ ତୋ ସଦା

ଶତ ବାଧାବିଘ୍ନ ଯେତେ 

କରିଚାଲେ ଅନାୟାସେ ଜୟ। 


ତୋ ପାଦ ଧୂଳିକଣା ବି 

କରୁଣାର ଜୀବନ୍ତ ସାଗର

ସେଇ ସାଗର କୂଳେ ମୋ ଥାଏ 

ଜୀବନର ପ୍ରାଣସିକ୍ତ ସାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract