STORYMIRROR

PUSPALATA SAHOO

Abstract

3  

PUSPALATA SAHOO

Abstract

ଆଇନା

ଆଇନା

1 min
220

ସ୍ୱଚ୍ଛ ମୁହଁ ତାର 

ଚିକ୍କଣ ଶରୀର 

ପୋଛି ଦେଲେ ତାକୁ 

ପରସ୍ତ ପରସ୍ତ ଲାଗିଥିବା 

ମଇଳା ସବୁ ସଫା ହୋଇ 

ଚିକ ଚିକ ହୋଇଯାଏ 

କିଛି ରହେ ନାହିଁ ତା 

ମନରେ ଅଳିଆ, ଆବର୍ଜନା 

ସ୍ଵଛ ଓ, ପବିତ୍ର ସବୁବେଳେ ।।

ସବୁ ମନକୁ ସ୍ଵଛ କରି ବାର 

ଯଦି ଥାଆନ୍ତା ସରଳ ବାଟ 

ତେବେ ଆଇନା ପରି 

ସବୁ ମନ ସ୍ଵଛ ହୋଇ ଯାଆନ୍ତା 

ବ୍ୟକ୍ତିର ଅନ୍ତର୍ନିହିତ ତଥା 

ବାହ୍ୟ ଗୁଣାବଳିର ପରିଚୟ 

ତା ମନର ସ୍ଵଛ ଆଇନା ରୁ 

ସହଜରେ ବାରି ହୋଇ ପଡନ୍ତା ।।

କିନ୍ତୁ ହାୟରେ!!

 ମଣିଷର ମନ ଯହିଁ ଭରି ରହିଛି 

ସ୍ନେହ ପ୍ରେମ, ଦୟା, କ୍ଷମା ବଦଳରେ 

ଘୃଣା, ମାନ, ଅପମାନ, ମିଥ୍ୟା, 

ପରଶ୍ରୀକାତରତା, ହିଂସା, ଦ୍ୱେଷ 

ସବୁକୁ ଧରି ରଖି ମନରେ 

ସ୍ୱଚ୍ଛ ଆଖି ଆଇନାରେ ତାର 

 ପରଳ ପକେଇ ଦେଇଛି  ।।

ଆଇନା କେବେ ମିଛ କହେନା 

ସତ୍ୟର ଆଶ୍ରା ରେ ବଂଚିଛି 

ମୁହଁର ସଦ୍ୟ ଚେହେରା କୁ 

ଆଖି ଆଗରେ ଦେଖିବା 

ସମ୍ଭବ ହୋଇଛି ତା ପାଇଁ 

ସବୁ ମନର ଚେହେରା କୁ 

ବଦଳାଇ ଦେଲେ 

ଆଇନା ପରି ସ୍ଵଛ ହୋଇ ଆମେ 

ହେବା ସଭିଙ୍କର ପ୍ରିୟ ପାତ୍ର 

ସ୍ନେହର ଡୋରିରେ ବନ୍ଧା ଏ ସଂସାର 

କ୍ଷଣିକରେ ବଦଳି ଯିବ 

ସ୍ନେହର ପରଶରେ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract