STORYMIRROR

Priyaranjan Biswal

Inspirational

3  

Priyaranjan Biswal

Inspirational

ଆଇନା ମୋର ବନ୍ଧୁ

ଆଇନା ମୋର ବନ୍ଧୁ

1 min
328


ମୋର ପ୍ରିୟ ବନ୍ଧୁ

ଅଟଇ ଆଇନା

କାନ୍ଥେ ହୋଇଥାଏ ଟଙ୍ଗା।

ହୃଦୟରେ ମୋର

ତାହାରି ପାଇଁକା

ରହିଛି ଅନେକ ଜାଗା।


ମୋର ହସ ଦେଖି

ସିଏ ହସି ଦିଏ

ଏମିତି ବନ୍ଧୁଟେ ମୋର।

ମୋ ଆଖିରେ ଲୁହ

ଦେଖିଦେଲେ ସିଏ

ଝରାଏ ଲୋତକ ଧାର।


ଘଣ୍ଟା ଘଣ୍ଟା ଧରି

ତାହାରି ସାଥିରେ

କରୁଥାଏ ମୁହିଁ ଗପ।

ଯେତେ ଗପିଲେବି

କେବେ କହେ ନାହିଁ

ଲାଗୁଛି ବୋଲି ଖରାପ।


ମୋର ସବୁ କଥା

ସଦା ଶୁଣୁଥାଏ

ଦିଏ ନାହିଁ ସେ ଉତ୍ତର।

ମୋର ସବୁ ରାଗ

ହୋଇଯାଏ ଶାନ୍ତ

ଦେଖି ଏ ଚରିତ୍ର ତା'ର।


ସୁଖେ ଆତ୍ମହରା

ଦୁଃଖେ ଭାଙ୍ଗିଯିବା

ଅଟେ କାପୁରୁଷ ଗୁଣ।

ଏପରି ହେବାକୁ

ସଦା ସିଏ ମତେ

କରଇ କେତେ ବାରଣ।


ତୋଷାମଦ ଗୁଣ

ନାହିଁ ବୋଲି ତାର

ପ୍ରକୃତ ବନ୍ଧୁକୁ ଯୋଗ୍ଯ।

ଆଇନା ମୋହର

ହୋଇଅଛି ବନ୍ଧୁ

ଏହା ଅଟେ ମୋର ଭାଗ୍ଯ।


ତା'ସହ ବନ୍ଧୁତା

କରିଅଛି ବୋଲି

ଦୁନିଆ କହେ ପାଗଳ।

ତା'ସହ ସମ୍ପର୍କ

କରିବାକୁ ଛିନ୍ନ

ଦୁନିଆର ଏହା ଆଳ।


ମିଥ୍ୟା ପୂର୍ଣ୍ଣ ଏଇ

ଦୁନିଆରେ ସିଏ

ସଦା କହିଥାଏ ସତ।

ସତ କହିବାକୁ

ହୁଏନାହିଁ କେବେ

କେଉଁଠାରେ ଭୟଭୀତ।


ତାର ନିର୍ଭିକତା

ଦେଖି ଦିନେ ମତେ

ଆସିଲା ପ୍ରବଳ ରାଗ।

ହାତେ ଧରି ତାକୁ

ତଳେ କଚାଡିଲି

ହୋଇଗଲା ଭାଗ ଭାଗ।


ଭାଙ୍ଗିଗଲା ପରେ

ବୁଝିଲି ମୁଁ ନିଜେ

ଥିଲା ସେ କେତେ ମହାନ।

ପ୍ରତି ଭଗ୍ନ ଅଂଶ

ହସି ହସି ମତେ

କରୁଥିଲା ଆଲିଙ୍ଗନ।


ଦୃଦୟରେ ମୋର

ସଦା ସେ ରହିବ

କରୁଥିବି ତାର ପୂଜା।

ତା'ପରି ବନ୍ଧୁକୁ

ହରାଇବା ପରେ

ଲାଗୁଛି ନିଜକୁ ଲଜ୍ଜ୍ୟା ।


ଏମିତି ବନ୍ଧୁକୁ

ପାଖେ ପାଇ ଯଦି

ନିଜଠୁ ଦୂରେଇ ଦେବ।

କରିବେନି କ୍ଷମା

ଭଗବାନ କେବେ

ଦୁନିଆ ଉଜୁଡି ଯିବ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational