ଆଇନ୍ କାନୁନ୍
ଆଇନ୍ କାନୁନ୍
କାଲି ରାତିରେ ମନୀ ଅପାର କବିତା
ଆଉ ଏ ସମାଜର ଆଇନ୍ କାନୁନ୍
ମୋତେ ସାକ୍ଷୀରଖି ଉଭୟଙ୍କ ମଧ୍ୟରେ
ମଧ୍ୟରାତ୍ରରେ ଯୁଦ୍ଧ ଆରମ୍ଭ କରିଲେ
ହାର୍ ଜିତ୍ ର ଯୁଦ୍ଧରେ
ଯୁଦ୍ଧ କଡ଼ାକଡି଼ ହେଲା
ରକ୍ତପାତ ହେଲା
ଅନେକ ଜୀବନ ଗଲା
ଏମିତି କେତେ କ'ଣ
କିନ୍ତୁ ନିଷ୍କର୍ଷ ବାହାରିଲା ନାହିଁ
ଯାହା ମନୀ ଅପା କହୁଥିଲେ
ତପସ୍ୟା ତ ଚାଲିଛି ମୋର
କେବେ ଝିଅର ଭୂମିକାରେ
ତ କେବେ
ଭଉଣୀର ଭୂମିକାରେ
କେବେ ବୋହୁର ଭୂମିକାରେ
ତ କେବେ
ସ୍ତ୍ରୀର ଭୂମିକାରେ
ତ କେବେ
ମାଁ ର ଭୂମିକାରେ
ଆଜି ଜଣେ କବୀର ଭୂମିକାରେ
ପ୍ରତ୍ୟେକ ଭୂମିକାରେ ବର୍ଷ ବିତିଯାଇଛି
ନିଖୁଣ ଅଭିନୟରେ
କବିର ଭୂମିକାଟି
କ'ଣ ଏତେ ସରଳ?
କାବ୍ୟ ରଚିବାକୁ
ହୁଏତ ଏ ଜନ୍ମ ଲାଗିପାରେ
ଇଛା ତ ଅଛି
କିନ୍ତୁ
ଲେଖିବି ନାମ ସୁନେଲି ଅକ୍ଷରରେ
ପରିପକ୍ବ ଯେବେ ହେବି ମୁଁ
ଲେଖନୀ ଚାଳନାରେ
ତେବେ ଧନ୍ୟ ହେବ ମୋ ଜୀବନ
ଯେବେ ଆଣିପାରିବି ସୁଧାର
ଆମ ଏଇ ସମାଜରେ
ମୋର କବିତାର ବାର୍ତ୍ତାରେ
ଅଛ ତ ତୁମେ ମୋ ସାଥିରେ
ଏଇ କବି
କବୀ ଜଗତରେ
ବଡ଼ ନୁହେଁ
ଛୋଟିଆ ତାରାଟେ ହୋଇ ଚମକିବ
ି
ତୁମ ଏଇ ପବିତ୍ର ଚକ୍ଷୁରେ
ସଂସ୍କାର ଶିକ୍ଷଣରେ
କଟୁଥିଲେ ବି ମୋ ଶବ୍ଦ
କବୀର ମହତ ବାର୍ତ୍ତା ଜାଣି
ଗ୍ରହଣ କରିବ ଯଦି ତୁମ
ପବିତ୍ର ନୀର୍ମଳ ସ୍ବହୃଦୟରେ
ତେବେ ତ
ସାର୍ଥକ ପାଇବି
ମୁଁ ମୋ କବୀର ଭୂମିକାରେ
ମନୀତା,ସୋରଡ଼ା,ଗଂଜାମ
ଲେଖାଥିଲା ଏତିକି
କିନ୍ତୁ
ଠିକ୍ ସମାନ ଢଙ୍ଗରେ ନିଜକୁ ବଖାଣୁ ଥିବା
ଉପାନ୍ତ ଇଲାକା ଗାଁ ସ୍କୁଲର ରୂପା ମାଷ୍ଟ୍ରାଣୀ
ଯୁଦ୍ଧ ସମୟରେ ଭେଟ ହେଲା
ସେ'ବି ସମାନ ଢଙ୍ଗରେ ଏମିତି କେତେ କଣ କହିଲା
ଯାହାବି ହେଉ ମୋତେ ଲାଗିଲା ଯେମିତି
ସମସ୍ତଙ୍କ ଠାରୁ ରୂପା ମାଷ୍ଟ୍ରାଣୀର କାହାଣୀ ବେସ୍ ଅଲଗା
କାରଣ ସମାଜର କଲ୍ୟାଣ ପାଇଁ
ସେ ନିଜକୁ ପ୍ରତିମୁହୂର୍ତ୍ତରେ ପରୀକ୍ଷା ଦିଏ !
ରଣାଙ୍ଗନ ଯୁଦ୍ଧକ୍ଷେତ୍ର ନିକଟରେ ଥିବା
ଉଚ୍ଚା ପାହାଚ ଉପରେ ସେ ବସିଲା ଓ
ମୋତେ ବସିବା ପାଇଁ କହିଲା
ଉଭୟେ ପରିଚୟ ହେଲୁ
କଥାବାର୍ତ୍ତା ହେଲୁ
କଥାବାର୍ତ୍ତାର ପ୍ରାରମ୍ଭରେ
ସେ ବି ମନୀ ଅପା ପରି କହିଲେ
"ଶିକ୍ଷା"ଦ୍ଵାରା ସମାଜ ସଂସ୍କାର
କାରଣ ସେ ଜଣେ ଶିକ୍ଷକ
ଯଦିଓ କଳ୍ପନା ଅଲଗା ଥିଲା କିନ୍ତୁ
ବାସ୍ତବ ଅଲଗା ହେଲା ...........!!